ଗଜପତି ଜିଲ୍ଲାର ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ସଟ୍ ଡାଉନ୍ ଓ ଲକଡାଉନରେ ମୁଖ୍ୟ ବଜାରର ଗଡୁଛି ମଦ ବୋତଲ ; ଦୋକାନ ବନ୍ଦ ତଥାପି ମଦର ବନ୍ୟା

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ପାରଳାଖେମୁଣ୍ଡି :-  ରାଜ୍ୟରେ ଲକଡାଉନ ପାଇଁ ପ୍ରତ୍ୟେକ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି |ସେହିପରି ମଦ ଦୋକାନ ମଧ୍ୟ ଖୋଲିବା ପାଇଁ କିଛି ନୟମାବଳୀ ଲାଗୁ କରାଯାଇଛି । ହେଲେ  ଲୁଚା ଛପାରେ ମଦ ବିକ୍ରି ହେଉଛି ତାହା ପୁଣି ଚଡ଼ା ଦରରେ | ଲୋକେ ଚଢ଼ା ଦରରେ ମଦ କିଣି ପିଇ ସାରିବା ପରେ ରାସ୍ତା ଘାଟ, ଦୋକାନ କେବିନ ସମ୍ମୁଖରେ, ମୁଖ୍ୟ ବଜାରର ରାସ୍ତା କଡ଼ରେ ଓ ବିଶ୍ରାମା ଗାରରେ ପ୍ରତେକ ଦିନ ଗଡୁଛି ବିଦେଶୀ ମଦ ବୋତଲ । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । କିନ୍ତୁ ଅବକାରୀ ବିଭାଗ ବିଦେଶୀ ମଦ ଛାଡ଼ି  ଦେଶୀ ମଦ ପଛରେ ଗୋଡାଉଛନ୍ତି ।ଅଞ୍ଚଳରେ ହଜାର ହଜାର ଟଙ୍କାର ବିଦେଶୀ ମଦ ବିକ୍ରି ହେଉଛି ଗାଁ ଗଣ୍ଡାରେ ।

ହେଲେ ଅବକାରୀ ବିଭାଗ ସବୁଜାଣି ମଧ୍ୟ ନିରବଦ୍ରଷ୍ଟା । ମଦ ବିକ୍ରୀକୁ ମହିଳାସଙ୍ଘ ବିରୋଧ କରୁଥିଲେ ମଧ୍ୟ କିପରି ଗାଁ ଗହଳିରେ ମଦ ବିକ୍ରି ହେଉଛି। ଖୋଲା ମେଲାରେ ମଦ ବିକ୍ରୀପାଇଁ କିଏ ନିର୍ଦ୍ଦେଶ ଦେଉଛି ନା କାହା ଇଙ୍ଗିତରେ ଖୋଲମ୍ ଖୋଲା ସବୁଠି ମଦ ବିକ୍ରୀ ହେଉଛି ତାହା ଅଞ୍ଚଳରେ ଚ଼ର୍ଚାର ବିଷୟ ପାଲଟିଛି। ଅବକାରୀ ବିଭାଗ ଅଧିକାରୀମାନେ ସବୁ ଜାଣି ଚୁପ ରହିବା ପଛର କାରଣ କଣ? ଏପରିକି ଅଧିକ ପରିମାଣରେ ମଦ ଜବତ କରି ବିଭାଗ କମ ପରିମାଣର ମଦ ଜବତ କରୁଥିବା ଦେଖା ଉଛନ୍ତି। ଏହା ପଛରେ କାରଣ କଣ ହୋଇଥାଇପାରେ ବୋଲି  ଏବେ ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଛି ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version