ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତରଙ୍କ ବଦଳି କୁ ବିରୋଧ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଜନସଧାରଣ

ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧୀନସ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାନକ ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଗୁମ୍ମା ଅଞ୍ଚଳର ସମସ୍ତଙ୍କ ମନକୁ ଆଘାତ ଦେଇଛି ।ଦୀର୍ଘ ତିନି ବର୍ଷ ଧରି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନବରତ ସେବା ଯୋଗାଉଥିବା ଡ଼ଃ. ରାଜୀବ ଲୋଚନ ସେନାପତିଙ୍କ ବଦଳି ଖବର କୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆଇସିୟୁ ବିଭାଗରେ ବହୁ ଦିନ ଧରି ଡାକ୍ତର ପଦବୀ ଖାଲି ପଡିଥିଲା ଏଥିପାଇଁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ଃ. ରାଜୀବ ଲୋଚନ ସେନାପତି ଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚୟନ କରାଯାଇ ସେଠାରେ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏକଥା ଶୁଣିବା ମାତ୍ରେ ଗୁମ୍ମା ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।

ସେମାନେ ଦୀର୍ଘ ସମୟ ଧରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ରଖିଥିଲେ l ଗୁମ୍ମା ଅଞ୍ଚଳର ପ୍ରତ୍ୟେକଙ୍କ ହୃଦୟରେ ଡ଼ଃ. ରାଜୀବଙ୍କ ସ୍ଥାନ ବହୁ ଉଚ୍ଚରେ ବୋଲି ଜଣାପଡ଼ିଛି । ଖବର ଶୁଣିବା ମାତ୍ରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ହଜାର ହଜାର ଲୋକଙ୍କ ସହ ଅଞ୍ଚଳ ର ମହିଳା ମାନଙ୍କ ସୁଅ ଛୁଟିଥିଲା । ଉକ୍ତ ଡାକ୍ତର ଙ୍କ ବଦଳି ହେଲେଏ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଆଗାମୀ ଦିନରେ ଡ଼ଃ. ରାଜୀବ ଲୋଚନ ସେନାପତିଙ୍କ ବଦଳି ବାତିଲ ନହେଲେ ଏହାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତା ଦେଇଛନ୍ତି ସ୍ତାନୀୟ ବାସିନ୍ଦା । ଏନେଇ ଡ଼ଃ. ରାଜୀବ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version