ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମ୍ଭାବ୍ୟ ବାତ୍ୟାରେ ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ଏକ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସମ୍ଭାବ୍ୟ ବାତ୍ୟାରେ ଆହତ ବ୍ୟକ୍ତିମାନଙ୍କୁ ଜରୁରୀକାଳିନ ଚିକିତ୍ସା ଯୋଗାଇ ଦେବାପାଇଁ ଏକ ପ୍ରସ୍ତୁତି ବୈଠକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱଜିତ୍ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଝାଡା, ବାନ୍ତି, ଜ୍ୱର, ଥଣ୍ଡା, କାଶ ଓ ପେଟ ଜନିତ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା କରିବା ଏବଂ ହାଲୋଜିନ୍ ବଟିକା ମହଜୁଦ୍ ରଖି ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା ।

ଏହି ବାତ୍ୟାରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଜନିତ ଅବସ୍ଥା ଯେପରି ଖରାପ ନହୁଏ ସେଥି ପ୍ରତି ସମସ୍ତ କର୍ମଚାରୀମାନେ ତତ୍ପରତା ସହ କାର୍ଯ୍ୟ କରିବା ପାଇଁ ଡାକ୍ତର ଶ୍ରୀ ପଣ୍ଡା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରକଳ୍ପ ଅଧିକାରିଣୀ ଅପର୍ଣ୍ଣା ମହାପାତ୍ର, ଜନସଂପ୍ରସାରଣ ଅଧିକାରିଣୀ ଶାନ୍ତିଲତା ଦେଇ, ଫାର୍ମାଶିଷ୍ଟ୍ ଉମାକାନ୍ତ ସ୍ୱାଇଁ, ସ୍ୱାସ୍ଥ୍ୟ ସୁପରଭାଇଜର ଗୌରାଙ୍ଗ ଚରଣ ବେଉରା, କର୍ମଚାରୀ ଦୁଶାସନ ବେହେରା, ସବିତାରାଣୀ ସ୍ୱାଇଁ, ଅପର୍ଣ୍ଣା ପରିଡା ପ୍ରଭୃତି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।     (ରିପୋର୍ଟ : ଗୌତମ ମିଶ୍ର)

Exit mobile version