ଅଖଣ୍ଡେଶ୍ୱର ସେବା ସମବାୟ ସମିତିରେ ରବିଧାନ ମଣ୍ଡି ଖୋଲିଲା

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଅଖଣ୍ଡେଶ୍ୱର ସେବା ସମବାୟ ସମିତିରେ ଆଜି ରବିଧାନ ମଣ୍ଡି ଖୋଲାଯାଇଛି । ସମିତିର ପୂର୍ବତନ ସଭାପତି ପ୍ରେମାନନ୍ଦ ବେହେରା ଆଜିର ଏହି ମଣ୍ଡିକୁ ଉଦ୍‌ଘାଟନ କରିଥିଲେ ।

ଆଜି ପ୍ରଥମ କରି ୫୫୦କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ୨୪ଜଣ ଚାଷୀଙ୍କୁ ଟୋକନ ଦିଆଯାଇଥିଲା ।ଚଳିତ ମଣ୍ଡିରେ ଧାନ ଦେବା ପାଇଁ ୪୬ଜଣ ଚାଷୀଙ୍କର ନାମ ପଞ୍ଜିକରଣ ହୋଇଛି । ସମିତିର ସଂପାଦକ ସତ୍ୟପ୍ରିୟ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।   (ରିପୋର୍ଟ : ଗୌତମ ମିଶ୍ର)

Exit mobile version