ସାର ଓ କୀଟନାଶକ ଔଷଧ କଳାବଜାର ରୋକିବା ପାଇଁ ବାଙ୍କୀ କୃଷି ବିଭାଗ ପକ୍ଷରୁ ତନଖି କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡରେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସୁବିଧା ଦରରେ ବିଭିନ୍ନ ପ୍ରକାର ସାର ଓ କୀଟନାଶକ ଔଷଧ ଯୋଗାଇ ଦେବା ସହିତ କଳାବଜାର ରୋକିବା ପାଇଁ ବାଙ୍କୀ କୃଷି ବିଭାଗ ପକ୍ଷରୁ ତନଖି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶୈଳେନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଦଳର ସଭ୍ୟ ଡମପଡ଼ା କୃଷି ଅଧିକାରୀ ଗଣେଶ୍ୱର ରଥ, ବାଙ୍କୀ ବ୍ଲକ କୃଷି ଅଧିକାରୀ ସୃତି ଝରା ସାହୁ, କଳାପଥର କୃଷିଅଧିକାରୀ ସ୍ୱାଗତୀକା ମହାପାତ୍ର,

ଘାସିପୁଟ କୃଷି ଅଧିକାରୀ ବି.ପି. ରୋଜାଲିନ୍ ଆଜି ବାଙ୍କୀ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି କାର୍ଯ୍ୟାଳୟକୁ ଯାଇ ସେମାନଙ୍କର ଷ୍ଟକ୍ ଯାଞ୍ଚ୍ କରାଯିବା ସହ ଦର ତାଲିକା ତନଖି କରାଯାଇଥିଲା । ଏହା ସହିତ ବାଙ୍କୀ ଉପଖଣ୍ଡରେ ଥିବା ବିଭିନ୍ନ ହୋଲସେଲର, ରିଟେଲର ମାନଙ୍କର ଦୋକାନକୁ ଯାଇ ଷ୍ଟକ୍ ଯାଞ୍ଚ୍ କରାଯିବା ଓ ଦରତାଲିକା ତନଖି କରାଯିବା ପାଇଁ ଏହି ଚଢ଼ଉ ଜାରି ରହିବ ବୋଲି ବାଙ୍କୀ କୃଷି ଅଧିକାରୀ ଶୈଳେନ୍ଦ୍ର କୁମାର ମହାନ୍ତି ପ୍ରକାଶ କରିଛନ୍ତି । (ରିପୋର୍ଟ : ଗୌତମ ମିଶ୍ର)

Exit mobile version