ଏସ କେ ଡି ମିଲର ମନମାନୀ ଯୋଗୁଁ ମଣ୍ଡିର ଭିଜିଲା ଚାଷୀଙ୍କ ଧାନ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ମିଲର ମନମାନୀ ଯୋଗୁ ବାଙ୍କୀ ଢ଼ଂସର ସେବାସମବାୟ ସମିତିରେମଣ୍ଡିରେ ଭିଜିଲା ଚାଷୀଙ୍କ ଶହଶହ କୁଇଣ୍ଟାଲ ଧାନ । ଏସ କେ ଡି ନାମଙ୍କ ମିଲରର ମାନମାନି ଯୋଗୁଁ ଚାଷୀ ହଇରାଣ ହରକତ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବାତ୍ୟା ୟଶ ର ପ୍ରଭାବ ରେ ଆଜି ଲାଗି ରହିଛି ଝିପି ଝିପି ବର୍ଷା ଓ କୋହଳ ପବନ । ମଣ୍ଡିର ଖୋଲା ଆକାଶ ତଳେ ଚାଷୀଙ୍କ ଶହଶହ କୁଇଣ୍ଟାଲ ଧାନ ଭିଯୁଛି । ଅପର ପଟେ ମଣ୍ଡିରୁ ଧାନ ଚାଷୀଙ୍କ ଠାରୁ ଏସ କେ ଡି ମିଲର କିଣିବାପାଇଁ ଆସି ସେବା ସମିତି ଆଗରୁ ଫେରିଯିବା ନେଇ ଏବେ ଚାଷୀ ଅସନ୍ତୋଷ ଜୋର ଧରିଛି ।

ଘଟଣା ହେଉଛି ବାତ୍ୟା ୟସ ଆସିବା ନେଇ ଟୋକନ ଧାରୀ ପଂଜିକୃତ ଚାଷୀ ମାନେ ସେବା ସମବାୟ ସମିତି କୁ ଧାନ ବିକ୍ରି କରିବାକୁ ଆସିଥିଲେ । ଚାଷୀ ମାନେ ନିଜର ଧାନମଣ୍ଡିରେ ଦେବାକୁ ଚାହିଁ ବସିଥିବାବେଳେ ସେପଟେ ମିଲର ମାନମାନି ତଥା ଧାନ ନନେଇ ଫେରିଯିବା ପଛର ଉଦେଶ୍ୟ କଣ ରହିଛି ତାହାକୁ ଏବେ ଘାରିଛି ଚାଷୀଙ୍କ ମୁଣ୍ଡରେ ଚିନ୍ତା । ଚାଷୀଙ୍କ ଧାନ ଏବେ ଖୋଲା ଆକାଶର ରାଜ୍ୟ ରାଜ ପଥର ରାସ୍ତା କଡରେ ପଡିରହିଥିବାବେଳେ । ଚାଷୀ ଏବେ କରିବେ କଣ ସେ ଚିନ୍ତାରେ । ଖର୍ଚ୍ଚ।ନ୍ତ ହୋଇ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଆସିଥିବା ଚାଷୀ ବର୍ଷା ରେ ଓଦା ହେବା ପୂର୍ବରୁ ମଣ୍ଡିରୁ ଧାନ ଉଠିବା ନେଇ ଦାବି ଜୋର ଧରିଛି ।

ଏଭିଳି ଚାଷୀଙ୍କୁ ହଇରାଣ କରୁଥିବା ମିଲର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ତଥା ପ୍ରଶାସନ ନିକଟରେ ଶତାଧିକ ପଞ୍ଜିକୃତ ଚାଷୀ କଲେ ଦାବି କରିଛନ୍ତି । ଖୋଲା ଆକାଶ ତଳେ ଚାଷୀଙ୍କ ଶହଶହ କୁଇଣ୍ଟାଲ ଧାନ ପଡ଼ିରହିଛି । ଚାଷୀଙ୍କ ଦାବି ଉକ୍ତ ମିଲରକୁ ପରିବର୍ତନ କରିବା ସହ ଚାଷୀଙ୍କ କ୍ଷତି ପୂରଣ ପାଇଁ । ଚାଷୀଙ୍କ ଦାବିରେ ସ୍ୱର ମିଳାଇ ଛନ୍ତି ଖୋଦ ଦାଇତ୍ୱରେ ରହିଥିବା ସମିତି ସମ୍ପାଦକଚିତ୍ତ ରଂଜନ ସ୍ୱାଇଁ ଏଭଳି ଅଭାବନୀୟ ଘଟଣା ସମସ୍ତ ସ୍ତରରେ ନିନ୍ଦା କରିବା ସହ ମିଲର ପରିବର୍ତନ ଆବଶ୍ୟକ ବୋଲି ବହୁ ପୂର୍ବତନ ସମବାୟ ସମିତି ସଭାପତି ପ୍ରକାଶ କରିଛନ୍ତି । (ରିପୋର୍ଟ /ଗୌତମ ମିଶ୍ର)

Exit mobile version