ଡାକ ବାଜି ଯନ୍ତ୍ର ଦ୍ଵାରା ପ୍ରଚାର, ୟସ ବାତ୍ୟା ପାଇଁ ରାୟଗଡ଼ ବ୍ଲକ ପକ୍ଷରୁ ପ୍ରସ୍ତୁତି  

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ରାୟଗଡ଼ :- ଗଜପତି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗବାଡ଼ ପଂଚାୟତ ବାରଘର ଗ୍ରାମକୁ ଆଜି ରାୟଗଡ଼ ତହସିଲଦାର ସୁଶ୍ରୀ ଲୀଳାବତୀ ଆଚାର୍ଯ୍ୟ ଆଖ ପାଖ ମାଣିକପଟଣା, ବାରଘର,ସାନ ଦେଉଳା ଗ୍ରାମସବୁ ଆଜି ବୁଲି ଗ୍ରାମବାସୀଙ୍କୁ ବାତ୍ୟା ସୟ ବିଷୟରେ ଗାଁ ଗାଁ ରେ ସର୍ବସାଧାରଣ ଙ୍କୁ ଡାକ ବାଜା ଯନ୍ତ୍ର ଦ୍ଵାରା ସଚେତନତା କରି ଥିବା ଜଣାପଡିଛି l ଏହି ବାତ୍ୟା ର ପ୍ରଭାବରେ ପାହାଡ଼ ଉଚ୍ଚ ସ୍ଥାନ ମାନଂକରେ ନ ରହି ବାତ୍ୟା ଆଶ୍ରହ୍ୟ ସ୍ଥଳୀ, ନିକଟରେ ଥିବା ବିଦ୍ୟାଳୟ ଗୃହରେ ରହିବାପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଛି l

ବିଶେଷ କରି ଗଙ୍ଗବାଡ଼, କେରାଣ୍ଡି, କଇଁପୁରୁ, ଲକ୍ଷ୍ମୀ ପୁରୁ, ଲାଇଲାଇ ଏଙ୍ଗାରସିଙ୍ଗି, ଲୋବା ପଂଚାୟତ ପାହାଡିଆ ଅଞ୍ଚଳ ମାନଙ୍କରେ ଭୁସ୍କଲନ ହେବାର ସମ୍ଭାବନା ରହିଛି l ରାୟଗଡ଼,ଜିରାଙ୍ଗ ରାଜସ୍ଵ ନିରୀକ୍ଷକ ହରିଚନ୍ଦ୍ର ରଇତ, ଶଶୀ ଭୂଷଣ ପଟ୍ଟନାୟକ, ଉପସ୍ଥିତ ରହିଥିଲେ, ଓ ଜଗନ୍ନାଥ ଭୂୟାଁ ସୌରାଭାଷା ରେ ଜନ ସାଧାରଣ ଙ୍କୁ ବାତ୍ୟା ବିଷୟରେ ବୁଝାଇ ଥିଲେ l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version