ଏମସ୍ ଦେଉଛି ରୋଗୀ ଙ୍କୁ ସଫଳ ଚିକିତ୍ସା – ସାଧାରଣଜନତା ଙ୍କ ପାଇଁ ଜାରି ହେଲା ଟୋଲଫ୍ରୀ ନମ୍ବର

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ଭୁବନେଶ୍ୱର :- ସାଂପ୍ରତିକ କୋଭିଡ୍ ମହାମାରୀ କାରଣରୁ ସାଧାରଣ ଜନତା ଡାକ୍ତରଖାନା ମାନଙ୍କରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ବିଶେଷ ଭାବେ ଡାକ୍ତରଖାନାରେ ଉପଲବ୍ଧ ଥିବା ଶଯ୍ୟା, ଚିକିତ୍ସିତ ରୋଗୀ ମାନଙ୍କ ସଂପର୍କରେ ସୁଚନା ପାଇବାରେ ସମସ୍ୟା ସୃଷ୍ଟି ହୋଇଛି । କୋଭିଡ୍ ୱାର୍ଡରେ ସଂକ୍ରମଣର ଭୟଭୟତା ପାଇଁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏହି ସମସ୍ତ ସମସ୍ୟାକୁ ଗୁରୁତ୍ୱ ଦେଇ ଏମ୍ସ, ଭୂବନେଶ୍ୱର ପ୍ରଶାସନ ତରଫରୁ ଜନସାଧାରଣଙ୍କ ସ୍ୱାର୍ଥ ଉଦ୍ଦିଷ୍ଟରେ ୪ଟି ସେବା ଆରମ୍ଭ କରାଯାଇଛି । ଡାକ୍ତରଖାନାରେ ଉପଲବ୍ଧ ଥିବା ଖାଲି ଶଯ୍ୟା ସଂଖ୍ୟା ସଂପର୍କରେ ସୁଚନା ପ୍ରଦାନ କରିବା ପାଇଁ ଏକ ହେଲ୍ପ ଲାଇନ (୦୬୭୪-୨୪୭୬୭୮୯) ସେବା ଆରମ୍ଭ ହୋଇଛି । ଏହା ନିରନ୍ତର ଭାବେ ୨୪ଙ୍ଘ କାର୍ଯ୍ୟ କରିବ ।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ନିୟମିତ ଭାବେ ସୁଚନା ପାଇବା ପାଇଁ ବ୍ୟବସ୍ଥା କରାଯାଇଛି । ରୋଗୀମାନଙ୍କ ସଂପର୍କୀୟ ମାନେ ଏମ୍ସ, ଭୂବନେଶ୍ୱରର ୱେବ୍‌ସାଇଟରେ ରୋଗୀଙ୍କ ସିଆର୍ ନମ୍ବରକୁ ବ୍ୟବହାର କରି ନିୟମିତ ଭାବେ ସୁଚନା ପାଇପାରିବେ । ରୋଗୀଙ୍କ ସଂପର୍କୀୟ ମାନେ ୭୬୫୫୦-୭୩୦୨୭ ନମ୍ବରକୁ କଲ୍ କରି ଚିକିତ୍ସିତ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ଓ ସେବା ସଂପର୍କରେ ସୁଚନା ପାଇବା ପାଇଁ ଟେଲିନର୍ସିଂ ସେବା ଏମ୍ସ, ଭୂବନେଶ୍ୱର କତୃପକ୍ଷଙ୍କ ତରଫରୁ ପ୍ରଦାନ କରାଯାଉଛି । କୋଭିଡ୍ ସଂର୍କରେ ନିରନ୍ତର ଭାବେ ୨୪ଙ୍ଘ ସହାୟତା ଯୋଗାଇ ଦେବା ପାଇଁ ହସିଟାଲ କତୃପକ୍ଷଙ୍କ ତରଫରୁ ଏକ ସ୍ୱତନ୍ତ୍ର କୋଭିଡ୍ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଉଛି । ସାଧାରଣ ଜନତାମାନେ ୮୨୮୦୩-୪୬୬୮୪ ନମ୍ବରରେ କଲ୍ କରି କିମ୍ବା ସାମାଜିକ ଗଣମାଧ୍ୟମ ଫେସବୁକ (ମେସେଞ୍ଜର) ଜରିଆରେ ଏହି ସେବା ପାଇପାରିବେ ।

Exit mobile version