ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ତ ସିନ୍ଧୀବା, ବାଦପୁର ଆଦି ଗ୍ରାମରେ ୧୫ଟିକିଆ ହାତୀ ପଲର ଆତଙ୍କ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ସିନ୍ଧିବା,ବାଦପୁର ଆଦି ଗ୍ରାମରେ ହାତୀର ବିତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୧୮ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଘୋଡାହଡ଼ ଡ୍ୟାମ ନିକଟରେ ରହିଥିଲେ।୧୯ରେ ଲଖାରୀ ଅଭିମୁଖେ ଆସି କୁମ୍ବିଖାଲ ,ଜାମକୁଣିଆ ଦେଖିବାକୁ ମିଳିଥିଲା ୧୫ ଟି ହାତୀପଲ ।ଏହି ଦଳରେ ମାଇହାତୀ ୯ ରହିଥିବା ବେଳେ ଛୁଆ ହାତୀ ୪ଏବଂ ଦନ୍ତା ଥିଲେ ୨। ପୁଣି ୨୦ ତାରିଖରେ ବାଦପଡ଼ା , ସିଦ୍ଧବା ଗ୍ରାମ ଅଞ୍ଚଳରେ ଏହି ହାତୀ ପଲ ଦେଖା ଦେଇଥିଲେ।୨୧ ରେ ମଧ୍ୟ ଉକ୍ତ ସ୍ଥାନରେ ହାତମାନେ ରହି ୨୨ରେ ଶକ୍ତି ଘାଟି ନିକଟରେ ଥିବା ବାହାର ତମ୍ପା ଗ୍ରାମ ନିକଟରେ ଚଲାବୁଲା କରୁଥିଲେ। ୨୩ରେ ମଣିଡ଼ିହ ଗ୍ରାମ ଜଙ୍ଗଲରେ ରହିଥିବା ଦେଖିବାକୁ ମିଳିଛି।

ହାତୀପଲ ଗୁଡ଼ିକ ଘୋଡ଼ାହଡ ଡ୍ୟାମ ଠାରୁ ରାମନଦୀ ମଧ୍ୟରେ ୬ କିମି ପରିଧି ମଧ୍ୟରେ ଜଳର ସୁବିଧା ରହିଥିବାରୁ ସେମାନେ ପ୍ରତ୍ୟେକ ଦିନ ଆହାର ପାଇଁ ରାତ୍ର ସମୟରେ ର୍ଗା ମୁହାଁ ହୋଇ ପଣସ, ଆମ୍ବ,କଦଳୀ ଖାଇବା ସହ ଗଛକୁ ଭାଙ୍ଗି ଘର ନଷ୍ଟ କରି ବାଇଗଣ ଫସଲ ନଷ୍ଟ କରିଥିବା ଶଙ୍କର ଦଳାଇ , ଉପେନ୍ଦ୍ର ଦଳାଇ, ଭୀମସେନ ଦଳାଇ କ୍ଷତି ଗ୍ରସ୍ତ ହୋଇଥିବା କହିଛନ୍ତି। ଚନ୍ଦ୍ରଗିରି ବନାଧିକାରୀ ସୁବାସ ବେହେରା କହିଛନ୍ତି ସେମାନେ ପାଣିପାଇଁ ୭କିମି ମଧ୍ୟରେ ପ୍ରତ୍ୟକ ଦିନ ୧କିମିରୁ ୨ କି.ମି. ଯାତାୟତ କରିଥାନ୍ତି।ହୁଏତ ସେମାନେ ଲଖାରୀ ଅଭୟାରଣ୍ୟରେ ରହି ପାରନ୍ତି କିମ୍ବା ବଡଗତ ,ଶେରଗଡ଼ ଅଧିନସ୍ଥ ଗ୍ରାମ ଗୁଡ଼ିକୁ ଯାଇପାରନ୍ତି । ଏ ସଂପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସଂଗ୍ରାମ ବେହେରା କହିଛନ୍ତି କ୍ଷତିଗ୍ରସ ହୋଇଥିବା ଲୋକେ ଅଭିଯୋଗ କଲେ ସରକାରୀ ନିୟମ ଅନୁଯାୟୀ କ୍ଷତିପୁରଣ ଯୋଗାଇ ଦିଆଯିବ। ଏହା ସହ ହାତୀପଲ ଦେଖିଲେ ସେମାନଙ୍କ ପାଖକୁ ନଯାଇ ପ୍ରଶାସନକୁ ଜଣାଇବା ପାଇଁ କହିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version