୧୮ ରୁ ୪୪ ବର୍ଷ ବୟସ୍କ ପାଇଁ ନାହିଁ ଟିକାକରଣ ସୁବିଧା ; ହିଞ୍ଜିଳିକାଟୁ ଛାଡ଼ି ଲୋକେ ଯାଉଛନ୍ତି ବ୍ରହ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଲୋକଙ୍କ ମନରେ ଅଜଣା ଆତଙ୍କ ଖେଳାଇ ଦେଇଛି । ଦିନକୁ ଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଞ୍ଜିବନୀ ଭାବେ କୋଭିସିଲ୍ଡ ଟିକା ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ କରୋନା ସମ୍ମୁଖଳ ଯୋଦ୍ଧା ମାନଙ୍କୁ ପ୍ରଦାନ କରାଯିବା ପରେ ପରବର୍ତି ସମୟରେ ୪୫ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଟିକା ପ୍ରଦାନ କରାଯାଇଥିଲା । ପ୍ରଥମେ ପ୍ରଥମେ ଟିକା ଗ୍ରହଣ କରିବାକୁ ଲୋକଙ୍କ ମନରେ ଦ୍ୱନ୍ଦ ଲାଗି ରହିଥିବା ବେଳେ ପରବର୍ତି ଅବସ୍ଥାରେ କରୋନାରୁ ମୁକ୍ତି ଲାଭ କରିବା ପାଇଁ କରୋନା ଟିକା ଗ୍ରହଣ କରିବାକୁ ଆଗେଇ ଆସଦିଥିଲେ । ଏପରିକି ଟିକା ଗ୍ରହଣ କେନ୍ଦ୍ରରେ ଲୋକଙ୍କ ଅଦମ୍ଭାଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କ ନିର୍ଦ୍ଦେଶନାମା ପରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଟିକାକରଣ କରିବାର ସକାଶେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କାର୍ଯ୍ୟକ୍ରମ ଜାରି ରହିଛି । କିନ୍ତୁ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥରା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚେନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳରେ ଏହି ବର୍ଗର ଟିକାକରଣ ଲାଗି ଏଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳିଛି । ଫଳରେ ଅନଲାଇନ ମାଧ୍ୟମରେ ଟିକା ଗ୍ରହଣ ସକାଶେ ପଞ୍ଜିକରଣ କରିଥିବା ଲୋକ ମାନେ ସହର ଠାରୁ ୨୨ କିଲୋମିଟର ଦୁୂରବ୍ରହ୍ମପୁର ସହରକୁ ଆସି ଟିକା ନେଉଥିବା ଦେଖିବାକୁ ମିଳୁଛି । ପ୍ରଶାସନର ଏଭଳି ନିତୀକୁ ନେଇ ସହରର ଯୁବଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପନକ୍ଷରେ ଗତ କିଛି ଦିନ ଧରି ୧୫ରୁ ୬୦ ବର୍ଷ ବୟସ୍କ ମାନଙ୍କ ପାଇଁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଟିକା ଉପଲବ୍ଧ ନଥିବାରୁ ସାଧାରଣରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version