Home ଓଡ଼ିଶା ମହାନଦୀ ରୁ ମୃତ ଯୁବକ ଉଦ୍ଧାର। by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ଆଜି ଅପରାହ୍ନ ୫ ଘଟିକା ସମୟରେ ବାଙ୍କୀ ଏନଏସି ଅନ୍ତର୍ଗତ ମହାନଦୀ ର ବେଦପୁର ଠାରେ ନଦୀକୁ ଗାଧୋଇ ଯାଇଥିବା କିଛି ବ୍ୟକ୍ତି ଏକ ଶବ ଭାସୁଥିବା ଦେଖି ଗ୍ରାମରେ ଖବର ଦେଇଥିଲେ।ଗ୍ରାମର ଯୁବ ଇଂଜିନିୟର ଶ୍ରୀକାନ୍ତ ପଣ୍ଡା ଏସମ୍ପର୍କ ସାମ୍ବାଦିକ ଗୌତମ ମିଶ୍ର ଙ୍କୁ ସୂଚନା ଦେଇଥିଲେ । ଶ୍ରୀ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ବାଙ୍କୀ ଅଗ୍ନିଶମ ବିଭାଗ କୁ ଜଣେଇବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଶବ ଟି ମହାନଦୀ ରେ ଭାସି ଯାଉଥିବା ଦେଖି ସେମାନେ ଶିଶୁଆ ଓ ଚକାପଦା ମଝି ରୁ ଶବକୁ ପାଣି ରୁ ଉଦ୍ଧାର କରିଥିଲେ । ଗତ କାଲି ବୋତଲମା ଗ୍ରାମର ସୁରେଶ ପ୍ରଧାନଙ୍କ ବଡ଼ପୁଅ ଦୀପା ପ୍ରଧାନ ମହାନଦୀ କୁ ଗାଧୋଇ ଯାଇ ନିଖୋଜ ଥିବା ଖବର ଆଜି ସକାଳେ ବାଙ୍କୀ ଥାନା ରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । ଏକ ଅଚିହ୍ନା ଶବ ମହାନଦୀ ରେ ଭାସି ଶିଶୁଆ ପାଖରେ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ଖବର ପାଇ ଦୀପା ପ୍ରଧାନ ଙ୍କ ପରିବାର ଲୋକେ ସେଠାକୁ ଆସି ଶବ ଟିକୁ ଚିହ୍ନଟ କରିଥିଲେ।ଚିହ୍ନଟ ପରେ ମୃତକ ଦୀପା ଙ୍କ ଶବ କୁ ଅଗ୍ନିଶମ ବିଭାଗ ,ପରିବାର ଲୋକ ଓ ଶ୍ରୀ ମିଶ୍ର ଙ୍କ ସହଯୋଗ ରେ ଉଦ୍ଧାର ହୋଇଥିବା ମହାନଦୀ ପଠା କୂଳ ରୁ୨କିମି ଦୂର ଶିଶୁଆ ଗ୍ରାମ ବନ୍ଧନିକଟ କୁ ଅଣାଯାଇଥିଲା।ଏହାପରେ ମୃତକ ଦୀପା ପ୍ରଧାନ କୁ ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସା ଲୟ କୁ ଅଣାଯାଇଥିଲା।ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଚିକିତ୍ସା ଲୟ ପକ୍ଷରୁ ପ୍ରକାଶ। (ରିପୋର୍ଟ/ଗୌତମ ମିଶ୍ର) Categories: ଓଡ଼ିଶା, କଟକ, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026