ଦେବଦୂତ ସାଜି ଶିଶୁର ଜୀବନ ରକ୍ଷା କଲେ କେନ୍ଦ୍ରାପଡ଼ାର ଦୀପକ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର )ହିଞ୍ଜିଳିକାଟୁ :- ସାରା ବିଶ୍ବ କରୋନା ଦାଉରେ ହାହାକାର ଡାକୁଥିବା ବେଳେ ବର୍ତ୍ତମାନ ରକ୍ତର ଘୋର ଅଭାବ ଦେଖାଯାଉଛି। ଯାହା ଫଳରେ ରୋଗୀ ମାନେ ସଠିକ ସମୟରେ ଆବଶ୍ୟକ ରକ୍ତ ନପାଇ ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ପରି ଏକ ଘଟଣା ରବିବାର ବ୍ରହ୍ମପୁର ବଡ଼ ମେଡିକାଲରେ ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ବ୍ଲକ ନୂଆ ବୁରୂପୋଡା ଗ୍ରାମର ଶୁନିଳ ସ୍ୱାଇଁଙ୍କ ପୁତ୍ର ସାଇରାମ ଥାଲାସେମିଆ ରୋଗରେ ପିଡିତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଗତ ୪ ଦିନ ଧରି ଚିକିତ୍ସିତ ହୋଇ ଆସୁଥିଲେ । ଚିକିତ୍ସା ସମୟରେ ଶିଶୁଙ୍କ ସକାଶେ ରକ୍ତର ଆବଶ୍ୟକତା ଥିବା ଡ଼ାକ୍ତର କହିଥିଲେ । ଶିଶୁଙ୍କ ରକ୍ତ ନମୁନା ଏ ନେଗେଟିଭ ଜଣାପଡିବା ପରେ ଗତ ୪ ଦିନ ଧରି ରକ୍ତ ସଂଗ୍ରହ କରିବା ପାଇଁ ପରିବାରବର୍ଗ ଉଦ୍ୟମ କରି ବିଫଳ ହୋଇଥିଲେ ।

ଅନ୍ୟପକ୍ଷରେ ରକ୍ତ ଅଭାବରୁ ଶିଶୁ ଗୁରୁତର ଅସୁସ୍ଥ ହେବା ସହ ଶରୀରରେ ହିମୋଗ୍ଳୋବିନ ପରିମାଣ ୨ପଏଣ୍ଟକୁ ଖସି ଆସିଥିଲା । ଖବର ପାଇ ବ୍ଳଡ ଆର୍ମୀ ଗଞ୍ଜାମ ସଙ୍ଗଠନର ସଭାପତି ଶ୍ରୀ ଶିବରାମ ପାତ୍ର ଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱର ଟିମ୍ ହ୍ୟୁମାନଟି ସଭାପତି ହିମାଂଶୁ ମହାରଣାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ସଙ୍ଗଠନର କେନ୍ଦ୍ରାପଡ଼ା ଜିଲ୍ଲାର ଦୀପକ କୁମାର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାର ଦୀପକ କାଳବିଳମ୍ବ ନକରି ରବିବାର ଅପରାହ୍ନରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞ୍ଚି ରକ୍ତ ଦାନ କରିବା ସହ ଗୁରୁତର ଅସୁସ୍ଥ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ । ସଂପୃକ୍ତ ଯୁବକଙ୍କ ଏଭଳି ମହାନତାକୁ ସଂପୃକ୍ତ ଶିଶୁଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ବ୍ଳଡ ଆର୍ମୀ ଗୃଫ ଓ ଭୂବନେଶ୍ବର ଟିମ୍ ହ୍ୟୁମାନିଟ ଗୃଫ ସଦସ୍ୟଙ୍କ ସହଯୋଗ ପାଇଁ ସାଧୁବାଦ୍ ଜଣାଇଛନ୍ତି ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version