ଘର ଛପରକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ , ୩ ଆହତ

ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର )କୋରାଇ :- କୋରାଇ ଥାନା ଅନ୍ତର୍ଗତ ପଚ୍ଛିକୋଟ ପଂଚାୟତ କଡମା ଗାଁରେ ଆଜି ଘରଛପରକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳଲାଗି ୩ଜଣ ଆହତ ହୋଇଥିବା ଜଣାପଡିଛି । ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି । ଅଭିେଯୋଗ ଅନୁଯାୟୀ କଡମା ଗାଁରେ ଦୀର୍ଘ ବର୍ଷ ଧରି ଅକ୍ଷୟ ମଳିକଙ୍କ ପରିବାର ରହୁଛନ୍ତି । ତାଙ୍କ ଘରକୁ ଲାଗି ରହୁଛନ୍ତି ତାଙ୍କ ଦାଦା ପୁଅ କୀର୍ତନ ମଳିକଙ୍କ ପରିବାର । ମାତ୍ର ଅକ୍ଷୟ ରହୁଥିବା ଘରଜମି କୀର୍ତନଙ୍କର ବୋଲି କହି ବିଭିନ୍ନ ସମୟରେ ତାଙ୍କ ପରିବାର ଉପରେ ଗଣ୍ଡଗୋଳ କରନ୍ତି । ହେଲେ ଆଜି ସେହି ଗଣ୍ଡଗୋଳ ଉଗ୍ର ରୂପ ନେଇ ରକ୍ତାକ୍ତର ସୂତ୍ରପାତ ହୋଇଥିଲା । ସୂଚନାଅନୁଯାୟୀ ଆଗକୁ ବର୍ଷ ଦିନ ଆସୁଥିବାରୁ ଆଜି ଅକ୍ଷୟ ମଳିକ,

ତାଙ୍କ ଭାଇ ଶ୍ରୀଧର ଓ ସ୍ତ୍ରୀ ରେଣୁବାଳା ତାଙ୍କ ଘର ଛପର କୁଥିଲା ବେଳେ କୀର୍ତନଙ୍କ ପୁଅ କାଳିଆ ଓ ବାବୁଲି ମଳିକଙ୍କ ପୁଅ କୈଳାଶ ଆଦି ପରବାର ସଦସ୍ୟ ଆସି ଘର ଛପରକୁ ବିରୋଧ କରିଥିଲେ । ମାତ୍ର ଅକ୍ଷୟଙ୍କ ପରିବାର ସେଥିପ୍ରତି ଗୁରୁତ୍ୱ ନଦେଇ ଘର ଛପର କରିବାରେ ବ୍ୟସ୍ଥ ରହିଥିଲେ ା ହେଲେ ସେମାନେ ରାଗିଯାଇ ଏକ ଲୁହାଛଡ ଆଣି ଅକ୍ଷୟଙ୍କ ମୁଣ୍ଡକୁ ପ୍ରାହର କରିଥିଲେ । ସ୍ତ୍ରୀ ରେଣୁବାଳା ଓ ଭାଇ ଶ୍ରୀଧର ଆସି ଛଡାଛୁଡି କରିବାରୁ କୈଳାଶର ସ୍ତ୍ରୀ ହେମଲତା ଏକ ପନିକି ଆଣି ରେଣୁବାଳା ଓ ଶ୍ରୀଧରକୁ ହାଣି ରକ୍ତାକ୍ତ କରିଦେଇଥିବା କୋରାଇ ଥନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାରକରି କୋରାଇ ପୁଲିସ ତଦନ୍ତ ଜାରିରଖିଛି ।  ( ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version