କରୋନା ଛଡ଼ାଇ ନେଇଛି ଜୀବିକା : ଦୁର୍ଦ୍ଦିନରେ ଆଖୁ ରସ ବ୍ୟବସାୟୀ

ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର )ହିଞ୍ଜିଳିକାଟୁ :- ସମଗ୍ର ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହାକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଏକମାତ୍ର ପନ୍ଥା ହୋଇଥିବା ବେଳେ ସରକାରଙ୍କ ଏକମାତ୍ର ଅସ୍ତ୍ର ଭାବେ ଲକଡ଼ାଉନ ଘୋଷଣା କରି ଚାଲିଛନ୍ତି । କରୋନାର ମୁକାବିଲା କରିବା ପାଇଁ ସରକାର ନାଇଟକର୍ଫ୍ୟୁ ସମେତ ଲକଡ଼ାଉନ, ସପ୍ତାହନ୍ତ ସଟଡ଼ାଉନ ଜାରି ରଖିଛନ୍ତି । ଗତ ୫ ତାରିଖ ଠାରୂ ଆଜି ପର୍ଯ୍ୟନ୍ତ ଲକଡ଼ାଉନ ଚାଲିଛି । ବିଡ଼ମ୍ବନାର ବିଷୟ ଲକଡ଼ାଉନ ଜାରି ରହିଥିବା ଯୋଗୁଁ ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି । ସେମିତି ଏକ ବ୍ୟବସାୟ ହେଉଛି ଆଖୁ ରସ ବ୍ୟବସାୟ । ତେବେ ଏମାନଙ୍କ ବର୍ତମାନ ଜୀବନ ବହୁ ଦୁଃଖରେ କଟୁଥିବା ଦେଖିବାକୁ ମିଳିଛି । ଗ୍ରୀଷ୍ମ ଋତୁ ଆରମ୍ଭର ବହୁ ପୂର୍ବରୁ ଏମାନଙ୍କ ବ୍ୟବସାୟ ଜୋର ଧରି ଆସୁଥିବା ବେଳେ ଚଳିତ ବର୍ଷ ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିଲା । କରୋନାକୁ ପ୍ରତିହିତ କରିବା ପାଇଁ ସରକାର ଲକଡ଼ାଉନ ଘୋଷଣା କରିବା ସହ ବହୁ କଟକଣା ଜାରୀ କରିଛନ୍ତି । ଗ୍ରୀଷ୍ମ ଋତୁ ଆରମ୍ଭରୁ ଆଖୁ ରସ ବ୍ୟବସାୟୀ ମାନେ ମନରେ ଆଶା ବାନ୍ଧି ବସିଥିଲେ ଚଳିତ ବର୍ଷ କିଛି ଅଧିକ ରୋଜଗାର କରିବେ ହେଲେ ଗ୍ରୀଷ୍ମଋତୁ ଆସିବା ପରେ ପରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟିଥିଲା ।

ଫଳରେ ଗ୍ରୀଷ୍ମଋତୁରେ ଅଧିକ ରୋଜଗାର କରିବା ଆଶା ଆଶାରେ ହିଁ ମଉଳିଗଲା । ଗ୍ରୀଷ୍ମଋତୁ ସରିବା ପରେ ମଧ୍ୟ ଏମାନଙ୍କ ଉପାର୍ଜନକୁ ନେଇ କୌଣସି ସ୍ଥିରାବସ୍ଥା ପରିଲିକ୍ଷିତ ହେଉନାହିଁ । ଗଞାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ସହରକୁ ବାଣିଜ କାରବାର ପାଇଁ ନିକଟବର୍ତି ପ୍ରାୟ ୪୦ଖଣ୍ଡ ଗ୍ରାମର ଜନସାଧାରଣ ଓ ବ୍ୟବସାୟୀ ଆସିଥାନନ୍ତି । ଏଥି ସହ ବ୍ରହ୍ମପୁର ଠାରୁ ଆସିକା, ଭଞ୍ଜନଗର, ଫୁଲବାଣୀ, ସୋରଡ଼ା, ଶେରଗଡ଼, ସାନଖେମୁଣ୍ଡି, ତରାତାରିଣି, ବୁଗୁଡ଼ା, ଦଶପଲ୍ଲା, ନୟାଗଡ଼ ପ୍ରମୁଖ ସହରକୁ ୫୯ନଂ ଜାତୀୟ ରାଜପଥ ଦେଇ ବହୁ ଯାତ୍ରୀ ପରିବହନ ଓ ମାଲ ପରିବହନ ଯାନବାହାନ ଯାତାୟତ କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ଅଂଚଳର କିଛି ଆଖୁରସ ବ୍ୟବସାୟୀ ଠେଲାଗଡ଼ିରେ ଅସ୍ଥାୟୀ ଦୋକାନ କୋଲି ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଯାତ୍ରୀ ପରିବହନ ବନ୍ଦ ରହିବାରୁ ବେପାର ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ଆଖୁ କିଣି ଆଣିବା ପରେ ଖରାପ ଆଖୁ ବାହାର କରି ଭଲ ଆଖୁକୁ ଧାରୁଆ ଅସ୍ତ୍ରରେ ପ୍ରଥମେ ରସ କରିବା ପାଇଁ ପ୍ରସ୍ତୁତ କରାଯାଇ ଆଖୁକୁ ପେଡ଼ାଇବା ପାଇଁ ଯୋଗ୍ୟ କରାଯାଇଥାଏ । କିନ୍ତୁ ଆଖୁ ସଂଗ୍ରହ କରିବା ଠାରୁ ଆରମ୍ଭ କରି ପେଡ଼ାଇବା ପର୍ଯ୍ୟନ୍ତ କାର୍ଯ୍ୟରେ ସଂପୃକ୍ତ ବ୍ୟବସାୟୀଙ୍କ ସମସ୍ତ ପରିବାର ସଦସ୍ୟ କିଛି ନା କିଛି ଶ୍ରମଦାନ କରିଥାନ୍ତି ।

ତେବେ ବର୍ଷ ବର୍ଷ ଧରି ଏହି ବ୍ୟବସାୟୀ ମାନେ ଗ୍ରୀଷ୍ମ ଋତୁରେ ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମଋତୁରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସରକାରଙ୍କ ଲକଡ଼ାଉନ କଟକଣା ଏମାନଙ୍କ ଆର୍ଥୀକ ସ୍ଥିତିକୁ ବିଗାଡ଼ି ଦେଇଛି । ଗତ ବର୍ଷ ମଧ୍ୟ ଠିକ୍‌ ଗ୍ରୀଷ୍ମଋତୁ ସମୟରେ ହିଁ ମହାମାରୀ କରୋନା ସଂକ୍ରମଣ ଦେଖା ଦେଇଥିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହୋଇ ପଡ଼ିଥିଲା । ଆଶା ଥିଲା ଗତ ବର୍ଷର କ୍ଷତିକୁ ଚଳିତ ବର୍ଷ ଳଭରଣା କରବେ, ହେଲେ ଚଳିତ ବର୍ଷ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯିବା ପରେ ରୋଜଗାର ଆଶା ଆଶରେ ହୌି ରହିଯାଇଛି ।ବର୍ତମାନ ପରିସ୍ଥିତିରେ ରୋଜଗାର ସମ୍ପୁର୍ଣ୍ଣର୍ ବନ୍ଦ ହୋଇପଡ଼ିବା ଯୋଗୁଁ ପେଟକୁ ଦୁଇ ଓଳି ଦୁଇ ମୁଠା ଆହାର ଯୋଗାଡ଼ କରିବା ସମ୍ଭବପର ହୋଇ ପାରୁନାହିଁ ବୋଲି କିଛି ଆଖୁରସ ବ୍ୟବସାୟୀ କହିଛନ୍ତି । ପରିବାର ପ୍ରତିପେଷେଣ ସକାଶେ କୌଣସି କାମଧନ୍ଦା ନମିଳିବା ଯୋଗୁଁ ଓଳିଏ ଖାଇ ଓଳିଏ ଉପବାସରେ ରହିବାକୁ ପଡ଼ୁଛି ବୋଲି ଆଖୁ ରସ ବ୍ୟବସାୟୀ କହିଛନ୍ତି । ଏଭଳି ସ୍ଥିତିରେ ସରକାରୀ ସହାୟତା ପ୍ରଦାନ କରିବା ସକାଶେ ଅନୁରୋଧ କରିଛନ୍ତି ।   (ରିପୋର୍ଟ : ଶୁସାନ୍ତ ପ୍ରଧାନ)

Exit mobile version