କରୋନା କୁ ହେୟ ଜ୍ଞାନ , ମହାମାରୀ ସମୟରେ ଚାଲିଛି ଜୁଆଖେଳ : ଚାନ୍ଦପୁର ପୋଲିସ ର ଅଚାନକ ଚଢ଼ାଉ

ଓଡ଼ିଶା ତାଜା ନ୍ୟୁଜ (୨୩ ମେ ରବିବାର ) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ଚାନ୍ଦପୁର ଅଞ୍ଚଳରେ କୋଭିଡ କୁ ଆଖିଠାର , ଜୋରସୋର ରେ ଚାଲିଛି ଜୁଆ ଖେଳ । ଗତ କାଲି ରାତିରେ ଚନ୍ଦପୁରର ରାମଚଣ୍ଡୀ ମନ୍ଦିର ମଣ୍ଡପରୁ କିଛି ଜୁଆଡି ଙ୍କ ଆଡ୍ଡାସ୍ଥଳୀ ଉପରେ ଚାନ୍ଦପୁର ପୋଲିସ ଅଚାନକ ଚଢ଼ାଉ କରିଛି । ୭ ଜଣ ଖେଳାଳି ଙ୍କୁ ଗିରଫ କରିଛି । ଜୁଆ ଖେଳ ସ୍ଥାନରୁ ୨୬୭୦ ଟଙ୍କା, ମୋବାଇଲ୍ ତାସ୍ ଏବଂ ଅନ୍ୟାନ୍ୟ ଖେଳ ସାମଗ୍ରୀ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ଏକ ମାମଲା 73/2021 ରୁଜ୍ଜୁ କରି ଗିରଫ କରିଛି ଚାନ୍ଦପୁର ପୋଲିସ |

ସଟ ଡାଉନ୍ ଗାଇଡ୍ ଲାଇନ କୁ ଉଲ୍ଲଂଘନ କରିଥିବା ଯୋଗୁଁ ସେମାନଙ୍କ ଠାରୁ 14,000 ଟଙ୍କା ଜରିମାନା ଆଦାୟ କରାଯିବା ସହ ଆମାନିଆ ମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ କାଳରେ ଏପରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚେତନ କରିଛନ୍ତି ଥାନା ଅଧିକାରୀ |

Exit mobile version