ନିୟମଗିରିରେ କରୋନା ଚିନ୍ତା, ପ୍ରଶାସନ ସଜାଗ

ଓଡ଼ିଶା ତାଜା ନ୍ୟୁଜ (୨୩ ମେ ରବିବାର ) କଳାହାଣ୍ଡି  : – ଆଦିମ ଜନଜାତି ଡ଼ଙ୍ଗରିଆ, କୁଟିଆ କନ୍ଧ ବସବାସ କରୁଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ନିୟମଗିରି ଅଞ୍ଚଳରେ କରୋନାର ପ୍ରବେଶ ପରେ ବ୍ଳକ ପ୍ରଶାସନ ସଜାଗ ରହି ବ୍ୟାପକ ପଦକ୍ଷେପ ନେଉଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ଲମ୍ବୋଦର ପ୍ରଧାନ,

ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ନିୟମ ଗିରି ଅଞ୍ଚଳର ବିଭିନ୍ନ ଗାଁ ଯାଇ ଲୋକଙ୍କ ସ୍ଵାସ୍ଥ୍ୟ କଥା ବୁଝିଛନ୍ତି।ବ୍ଳକର ଅମଠାପଦର ଗାଁରେ ଲାଞ୍ଜିଗଡ଼ ସ୍ଵାସ୍ଥ୍ୟ ଅଧିକାରୀ ଭବାନୀ ଶଙ୍କର ଲେଙ୍କା,ଡ଼ା ନରେନ୍ଦ୍ର ଦାସଙ୍କ ଏକ ଟିମ୍ ପହଞ୍ଚି ଆଣ୍ଟିଜେନ ଟେଷ୍ଟ ମାଧ୍ୟମରୁ ୩ଜଣ ବ୍ୟକ୍ତି କରୋନା ପଜିଟିଭ ଥିବା ଚିହ୍ନଟ କରିଛନ୍ତି। ଏହି ବ୍ୟକ୍ତି ବିଶେଷଙ୍କୁ ୧୪ଦିନର ଶୁଖିଲା ଖାଦ୍ୟ ଓ ଔଷଧ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ବଣ୍ଟନ କରାଯାଇଛି।

୩ଜଣ କରୋନା ପଜିଟିଭ ବ୍ୟକ୍ତି ମଧ୍ୟ ହୋମ ଆଇସୋଲେସନରେ ରହିଛନ୍ତି। ଅମଠାପଦର ଗାଁକୁ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ୨୨ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version