କରୋନା କଟକଣା କୁ ଫୁ କରି ଋଚିକା ମାର୍କେଟରେ ସାହାଡାପଦା ସେବା ସମବାୟ ସମିତି ପକ୍ଷରୁ ରବିଧାନ ମଣ୍ଡି ଖୋଲିଲା 

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ବାଙ୍କୀ :- ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସାହାଡାପଦା ସେବା ସମବାୟ ସମିତି ପକ୍ଷରୁ ଆଜି ଋଚିକା ମାର୍କେଟ ଠାରେ ଆଜି କରୋନା କଟକଣା କୁ ଫୁ କରି ରବି ଧାନ ମଣ୍ଡି ଖୋଲା ଯାଇଛି । ଏହାକୁ ସମିତିର ପ୍ରଶାସକ ସରୋଜ କୁମାର ଜେନା ଉଦ୍‌ଘାଟନ କରି ଧାନ ସଂଗ୍ରହ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବା ପାଇଁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ । ଆଜି ୨୦ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୪୭୨କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହ ପାଇଁ ୫୮ଜଣ ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇଛି । ସମିତି ସଂପାଦକ ପ୍ରିୟବ୍ରତ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବର୍ତମାନ ବାଙ୍କୀରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ କରୋନା କଟକଣା କୁ ଫୁ କରି ଖୋଦ ସମ୍ପାଦକ ମଣ୍ଡି ଚଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସମବାୟ ସମିତି ପକ୍ଷରୁ ଟୋକନ ଧାରୀ ଚାଷୀ ଙ୍କୁ ମାକ୍ସ ପ୍ରଦାନ କରାଯାଇନଥିଲା କି ଉକ୍ତ ମଣ୍ଡି ରେ ସାନିଟାଇଜର ର କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଚାଷୀ କି ମିଲର କିଏ ବି ସାମାଜିକ ଦୂରତା କୁ ମାନୁ ନଥିବା ଦେଖିବାକୁ ମିଳିଥିଲେ।ମଣ୍ଡି ରେ ପାନୀୟ ଜଳ ର ବ୍ୟବସ୍ଥା ନଥିଲା।କଟନୀ ଛଟନୀ କରି ମିଲର ଧାନ ସମ୍ପାଦକ ଙ୍କ ଜ୍ଞାତ ସାରରେ ନେଉଥିବା ଜଣେ ପଞ୍ଜିକୃତ ଟୋକନ ଧାରୀ ଚାଷୀ ଦୁଃଖ ର ସହ ପ୍ରକାଶ କରିଛନ୍ତି ।

ଜଣେ ଚାଷୀ କହିଲେ ପଞ୍ଜିକରଣ ନଥିବା ବେପାରୀ ଙ୍କ ଠାରୁ ଧାନ ନଥାଇ ସଭ୍ୟ ଥିବା ଟୋକନ ଧାରୀ ଚାଷୀ ନାମରେ ମିଲର ଧାନ କ୍ରୟ କରୁଛି।ଉକ୍ତ ମଣ୍ଡି ରେ କରୋନା କଟକଣା ଫୁ ହୋଇଥିବାରୁ ତାହାର ତଦନ୍ତ ପାଇଁ ସହାଡପଦା ସେବା ସମବାୟ ସମିତିର ବହୁ ଚାଷୀ ଅଭିଯୋଗ କରିଛନ୍ତି ଓ ସମ୍ପାଦକ ଙ୍କ କାର୍ଯ୍ୟ ଦକ୍ଷତା ତଦନ୍ତ ପାଇଁ ବହୁ ଚାଷୀ ନିଜ ନାମକୁ ପ୍ରକାଶ ନକରି ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେକଟକ ଜିଲ୍ଲା ସମବାୟ ସମିତିର ଉପ ନିବନ୍ଧକ ଲକ୍ଷ୍ମୀଧରସୁବୁଦ୍ଧି ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ବନ୍ଦ ଥିଲା।ଏ ସମ୍ପର୍କରେ ସମବାୟ ବିଭାଗର ଅଧିକାରୀ ଙ୍କୁ ଟିଉଟର ରେ ଜଣେଇ ଦିଆ ଯାଇଛି।(ରିପୋର୍ଟ ଗୌତମ ମିଶ୍ର )

Exit mobile version