ଦୁଇ ବାଇକ ମୁହାଁମୁହିଁ ତିନି ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ହାତୀବାଡ଼ି ନିକଟସ୍ଥ କେନ୍ଦୁଘାଟି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଯାଇଛି.ସୁଚନା ପ୍ରକାରେ ଏକ କେଟିଏମ ବାଇକ ନଂ ଓଡି ୦୭ଏଏ ୦୮୩୦ ରେ ଜଗନାଥପୁର ଗ୍ରାମର ଫିଲିପ୍ ଗାଣ୍ଟା(୨୫) ଖଜୁରୀପଦା ପଟେ ଯାଉଥିବା ସମୟରେ ବିପରୀତ ଦିଗରୁ ଭ୍ରମରପୁର ଗ୍ରାମର ହିରୋ ଗ୍ଲାମୋର୍ ବାଇକ ଯୋଗେ ରାୟଗଡ ଅଭିମୁଖେ ଆସୁଥିବା ରାୟଗଡ ଗ୍ରାମର ଦୁଇ ଜଣ ମାନସ ପରିଛା(୨୩) ଓ ସି କୁମାର ନାଗ(୨୫) ଙ୍କ ବାଇକ ମୁହାଁମୁହିଁ ଧକା ହୋଇଥିଲା ଫଳରେ ଘଟଣାସ୍ଥଳରେ ହି ମାନସ ଓ ଫିଲିପ୍ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ ।

ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ତୁରନ୍ତ ରାୟଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭର୍ତି କରାଇଥିଲେ କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ୟୁ ଗିରିଜାପତି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ l ସେଠାରେ ମାନସ ଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିବା ସୁଚନା ମିଳିଛି।ରାୟଗଡ ଥାନାରେ କୌଣସି ଅଭିଯୋଗ ଆସୀନଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି. (ରିପୋର୍ଟ ସଞ୍ଜୀବ କୁମାର ପାଣି )

Exit mobile version