ନିଶଙ୍ଖପୁର ବାଲିଘାଟରେ ତହସିଲ ପକ୍ଷରୁ ଚଢାଇ; ବେଆଇନ ବାଲି ବୋଝେଇ ମିନିଟ୍ରକ ସମେତ ୪ଟ୍ରାକ୍ଟର ଜବତ ,୨ଟି ଗାଡିରୁ ୫୦୨୧୦ଟଙ୍କା ଜରିମନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଂଚାୟତସ୍ଥ ବୈତରଣୀ ନଦୀର ନିଶଙ୍ଖପୁର ବାଲିଘାଣରେ ବ୍ୟାସନଗର ତହସିଲ ପକ୍ଷରୁ ଆଜି ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲିକ ନେତୃତତ୍ୱରେ ଚଢାଉ କରାଯାଇଥିଲା । ଘଟଣାସ୍ଥଳୁ ବେଆଇନିଭାବେ ବାଲି ବୋଝଇ ଏକ ମିନିଟ୍ରକ(୪୦୭) ସମେତ ୪ଟି ଟ୍ରାକ୍ଟରକୁ ଜବତ କରାଯାଇଛି । ୨ଟି ଟ୍ରାକ୍ଟରରୁ ୫୦୨୧୦ଟଙ୍କା ରୟାଲିଟି, ରେଡକ୍ରସ ଓ ଜରିମନା ରଖାଯାଇ ଛଡିଦିଆ ଯାଇଥିଲା ବେଳେ ଅନ୍ୟ ୩ଟି ଗାଡିକୁ ତାରାକୋଟ ରାଜସ୍ୱ କାର୍ଯ୍ୟାଳୟରେ ରଖାଯାଇଛି । ଆଜିର ଏହି ଚଢାଉରେ ଶ୍ରୀ ମଲିକଙ୍କ ସମେତ ତୁଳତି ରାଜସ୍ୱ ନିରୀକ୍ଷକ ସୁଜିତ କୁମାର ସାମଲ, କଂଟାଝରୀ ରାଜସ୍ୱ ନିରୀକ୍ଷକ କାଟେ ପୂର୍ତୀ ଓ ତାରାକୋଟ ରାଜସ୍ୱ ସହନିରୀକ୍ଷକ ସୁଧିରଞ୍ଜନ ମଲିକ ପ୍ରମୁଖ ସାମିଲ ହୋଇଥିଲେ । ପ୍ରକାଯେ, ବୈତରଣୀ ନଦୀର ମକୁନ୍ଦପୁର ପଂଚାୟତସ୍ଥ ନିଶଙ୍ଖପୁର ବାଲି ଘାଟଟି ତହସିଲ ପ୍ରଶାସନ ପକ୍ଷରୁ ନିଲାମ କରାଯାଇଥିଲେହେଁ ନିଲାମ କାର୍ଯ୍ୟର କାଗଜାତ ସରିନଥିବାରୁ ଘାଟଧାରୀ ବାଲି ଖନନ କରିପାରୁନାହଁନ୍ତି ।

ଏହାର ସୁଯୋଗରେ ଚୋରା ବାଲି ବ୍ୟବସାୟୀମାନେ ବେଆଇନ ଭାବେ ମିନିଟ୍ରକ ଓ ଟ୍ରାକ୍ଟର ଲଗାଇ ଶହ ଶହ ଟ୍ରିପ ବାଲି ବୋହି ନେଉଛନ୍ତି । ଯାହାଫଳରେ ସରକାର ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲା ବେଳେ ବାଲିମାଫିଆ ନିୟମିତଭାବେ ବାଲିବୋହି ନେଇ ଅନାୟସରେ ବିକ୍ରିକରୁଛନ୍ତି । ଏନେଇ ଅଂଚଳବାସୀଙ୍କ ପକ୍ଷରୁ ଜିଲପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଜିଲାପାଳଙ୍କ ନିର୍ଦେଶରେ ଆଜି ସକାଳ ପ୍ରାୟ ୬ଟା ସମୟରେ ବ୍ୟାସନଗର ତହସିଲର ଅତିରିକ୍ତ ତହସିଲଦାର ଶ୍ରୀ ମଲିକ ସଦଳବଳେ ନିଶଙ୍ଖପୁର ବାଲି ଘାଟରେ ଚଢାଉ କରିଥିଲେ । ସେଠାରୁ ବାଲିବୋଝେଇ ଏକ ମିନିଟ୍ରକ ସମେତ ୪ଟି ଟ୍ରାକ୍ଟରକୁ ମିଶାଇ ୫ଟି ଗାଡିକୁ ଜବତ କରିଥିଲେ ା ୨ଟି ଟ୍ରାକ୍ଟରରୁ ଜରିମନା ରଖାଯାଇ ଛାଡି ଦିଆଯାଇଥିଲା ବେଳ ଅନ୍ୟ ୩ଟି ଗାଡିକୁ ଆଣାଯାଇ ନିକଟସ୍ଥ ତାରାକୋଟ ରାଜସ୍ୱ କାର୍ଯ୍ୟାଳୟରେ ରଖାଯାଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ମଲିକଙ୍କ ଠାରୁ ଜଣାପଡିଛି ।   ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version