ସପ୍ତାହାନ୍ତ ‘ସଟଡାଉନ’ ଓ ସମ୍ଭାବ୍ୟ ବାତ୍ୟା ଲାଗି ସଉଦା ବୋହି ନେଲେ ଲୋକେ ,ମାନିଲେନି କରୋନା କଟକଣା , ହାଟ ବଜାର ଭିଡ ଅହେତୁକ ଦରବୃଦ୍ଧି ; ଯୋଗାଣ ବିଭାଗ ନିଦା ବିଷ୍ଣୁ ,ଶୋଷଣ କରୁଛି ବେପାରୀ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) କୋରାଇ :- କରୋନାର ଭୟଙ୍କର ସ୍ଥିତ ଜରି ରହିଥିଲା ବେଳେ ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଲୋକେ ଛାନିଆ ହୋଇ ପଡିଛନ୍ତି । ବିଶେଷର କରି କାଲିଠୁ ସପ୍ତାହାନ୍ତ ‘ସଟଡାଉନ’ ହୋଇଥିଲା ବେଳେ ସମ୍ଭାବ୍ୟ ବତ୍ୟାଲାଗି ଲୋକେ ପରିବାର ଚଳାଇବା ଲାଗି ପରିବା ଓ ସଉଦା ଗଛିତ ରଖିବା ପାଇଁ ବ୍ୟସ୍ତ ହୋଇପଡିଛନ୍ତି । ଏନେଇ ହାଟ ବଜାରରେ ଆଜି ପନିପରିବ ଓ ଗ୍ରୋସରୀ ସାମଗ୍ରୀ କିଣବା ଲାଗି ଭିଡ ଲଗାଇଥିଲେ । କିଣିବା ସମୟରେ ଲୋକେ କରୋନା କଟକଣାକୁ ସଂପୂ ଣ୍ଣ ର୍ଭାବେ ଭୁଲି ଯାଇଥିବା ଦେଖାଯାଇଥିଲା । ଏହାର ସୁଯୋଗରେ ବେପାରୀ ମନଇଛା ଉଚ୍ଚାଦରରେ ଜିନିଷ ବିକ୍ରିକରୁଲେହେଁ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ନରହିବା ଯୋଗୁ ଗ୍ରାହକ ଶୋଷଣ ହେବା ସାର ହୋଇଛି । ସମ୍ଭାବ୍ୟ ବାତ୍ୟଯୋଗୁ ଆଜି ବର୍ଷା ଓ ପବନର ପ୍ରଭାବ ଦେଖାଦେଇଛି । ଏହା ପ୍ରାୟ ସପ୍ତାହେ ବ୍ୟାପୀ ଲାଗିରହିବା ପାଣିପାଗ ସୂତ୍ରରୁ କୁହାଯାଉଛି । ଅନ୍ୟପକ୍ଷରେ ଆସନ୍ତାକାଲି ଶନିବାର ସପ୍ତାହାନ୍ତ ‘ସଟଡାଉନ’ ଯୋଗୁ ହାଟବଜାର ସବୁ ବନ୍ଦ

। ତେଣୁ ଦୁଇଦିନ ଧରି କୌଣସି ସମଗ୍ରୀ ମଳିବ ନାହିଁ । ବାତ୍ୟା ଆଶଙ୍କାରେ ଆଂଶଙ୍କିତ ଲୋକେ ବ୍ୟସ୍ତବିବ୍ରତ ହୋଇ ସକାଳ ୭ଟାରୁ ୧୧ଟା ମଧ୍ୟରେ ମାତ୍ର ୪ ଘଂଟାରେ ‘ହାଟ ବଜାର’ରୁ ସୋଉଦା କିଣିନେଉଥିବା ଦେଖାଯାଇଛି । ଏହି କ୍ରମରେ କୋରାଇ ବ୍ଲକର ଶଙ୍ଖଚିଲା ଦୈନିକ ହାଟ ହେଉଥିବା ‘ବାଲି ଦାଣ୍ଡ’ରେ ଲୋକଙ୍କ ଭିଡ ପ୍ରବଳ ହୋଇଥିଲା । ଯାହାକି କିଣାବିକା ସମୟରେ ବେପାରୀ ଓ ଗରାଖି ସାମାଜିକ ଦୂରତା ରଖୁନଥିଲା ବେଳେ ମୁହଁରେ ତୁଣ୍ଡି ନାମକୁମାତ୍ର ଓଠତଳେ ଝୁଲୁଥିବା ଦେଖାଯାଇଥିଲା । ସଂପୂୁର୍ଣ୍ଣ ଭାବେ କରୋନା କଟକଣାକୁ ଅବମାନନା କରାଯାଉଥିଲା ବେଳେ ପୁଲିସ ପ୍ରଶାସନକି ହାଟ ପଟାଦାର କେହି ହେଲେ ପ୍ରତିରୋଧ କରିବାକୁ ପ୍ରୟାସ କରିବାକୁ ସକ୍ଷମ ହୋଇନଥିଲେ । ଏହିପରିଭାବେ କୋରାଇର ବଂଟିରା ବଜାର, ବରୁଣ୍ଡାଇ ବଜାର, ମୀନା ବଜାର ଆଦି ହାଟ ବଜାରରେ ଅହେତୁକ ଭିଡ ପରିଲକ୍ଷିତ ହୋଇଥିଲା । ଏହାର ସୁଯୋଗରେ ବେପାରୀମାନେ ପନିପରିବା ଓ ଗ୍ରୋସରୀ ଜିନିଷର ଅହେତୁକ ଭାବେ ଦର ବୃଦ୍ଧିକରି ଗ୍ରାହକଙ୍କୁ ଶୋଷଣ କରୁଥିବା ଦେଖାଯାଇଥିଲା । କେତେକ ଗ୍ରାହକ ମଧ୍ୟ ଅସନ୍ତୋଷ ପୂର୍ବକ ପ୍ରତିବାଦ କରିଥିଲେ ହେଁ ‘ନେଲେ ନିଅ ନନେଲେ ନାହଁ’ ବୋଲି ବେପାରୀ ଉଚ୍ଚଗଳାରେ କହୁଛି । ହେଲେ ଯୋଗାଣ ବିଭାଗ ନାଚାର ; ନିଦାବିଷ୍ଣୁ ପରି ନିରୁତର ରହୁଛି । ଫଳରେ ବିଚାର ଖାଉଟିକୁ ବେପାରୀଙ୍କ ଶୋଷଣର ଶିକାର ହେବାକୁ ପଡିଛି ।  ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version