ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୁର୍ବତନ ପ୍ରଧାମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ମହାପ୍ରଣାୟ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :-ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ରାଜୀବ ଗାନ୍ଧୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ତାପରେ ରାଜୀବ ଗାନ୍ଧୀ ଙ୍କ ଦେଶର ପରିଚାଳନା ଓ ତାଙ୍କରି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ପରିଚାଳିତ ହେଉଛି ବୋଲି ନିତିବାଣି ଦେଇଥିଲେ । ବର୍ତମାନ ଦେଶରେ ବ୍ୟାପିଥିବା କୋରନା ମହାମାରୀ ସମୟରେ ପାରଳାଖେମୁଣ୍ଡି

ସହରରେ ବଜାରରେ ମାସ୍କ ବଣ୍ଟନ ଆୟୋଜନ କରାଯାଇଥିଲା, କିନ୍ତୁ ଆସନ୍ତା କାଲି ସଡ୍ ଡାଉନ୍ ସକାଶେ ବଜାର ସଂପୂର୍ଣ୍ଣ ଗହଳି ଥିବା ଯୋଗୁଁ କାର୍ଯ୍ୟକ୍ରମ ବାତିଲ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କିଛି ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ଏହି କୋରନା ସଂକ୍ରମଣ ଦ୍ବିତୀୟ ଲହରୀ ଖେଳିଯାଇଛି ତେଣୁ କଭିଡ ନିୟମ ଅନୁସାରେ କାର୍ଯ୍ୟକ୍ରମ କୁ ନିରାଡାମ୍ବର ରେ ପରିଚାଳିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ଅନ୍ୟମାନଙ୍କ ମଧ୍ୟରେ ସଂଜୟ କୁମାର ଅଧିକାରୀ, ସୂର୍ଯ୍ୟ ନାରାୟଣ ପାତ୍ର, ଇଶ୍ଵର ମାଝି, ସଂଗ୍ରାମ କେଶରୀ ସାହୁ ପ୍ରମୁଖ ଉପସ୍ଥିତ ରେ, ନଗର କଂଗ୍ରେସ କମିଟି ପକ୍ଷରୁ ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକ୍ରମ କରିଚାଳିତ କରାଯାଇଥିଲା ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version