ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରୋଡରେ ଥିବା ଫ୍ଲିପକାର୍ଟ ହେବ ସୁପର ସ୍ପ୍ରେଡର 

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :-  ପାରଳାଖେମୁଣ୍ଡି ସହରରେ ଥିବା ଫ୍ଲିପକାର୍ଟ ହବ ସୁପର ସ୍ପ୍ରେଡର ପାଲଟିଯିବ ବୋଲି ସହରରେ ବ୍ୟାପକ ପ୍ରଚାର ହେବା ସହ ଭୟ ଘାରିଛି । ପାରଳାଖେମୁଣ୍ଡି ସହରରୁ ଆନ୍ଧ୍ରର ପୁରୁଣାପାଟଣାକୁ ଯାଉଥିବା ରାସ୍ତା କଡରେ ଓଡିଶାର ନାକା ଚେକ୍‌ଗେଟ୍ ନିକଟରେ ଫ୍ଲିପକାର୍ଟ ହବ ରହିଛି । ଏହି ହବ୍‌ର ମ୍ୟାନେଜର, ସୁପରଭାଇଜର ଓ ଜଣେ କର୍ମଚାରୀ କୋରନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗତକାଲି ହଠାତ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା କର୍ମଚାରୀ ମାନଙ୍କ ମଧ୍ୟରୁ ଜଣେ ହବ୍ ବା ଗୋଦାମ ମଧ୍ୟକୁ ଚାଲିଆସିଥିଲେ । ଟେବୁଲ୍ ଚେୟାର ବ୍ୟବହାର କରିବା ଏପରିକି କମ୍ପ୍ୟୁଟର ସମସ୍ତ ଜିନିଷ ସ୍ପର୍ଶ କରିଥିଲେ ।

ଯାହାକୁ ଦେଖି ଅନ୍ୟ ସମସ୍ତ କର୍ମଚାରୀ ଆତଙ୍କିତ ହୋଇ ପଡିଥିଲେ ଏଠାରେ କାମ କରୁଥିବା ୩୦ରୁ ଉର୍ଦ୍ଧ ଡେଲିଭରୀ ବୟଙ୍କ ମଧ୍ୟରୁ ୭ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଆକ୍ରାନ୍ତ ଥିବା ମ୍ୟାନେଜରଙ୍କ ସହ କିପରି କାମ କରିବୁ ବୋଲି ଅନ୍ୟମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ କାମକୁ ନ ଆସିଲେ ବାହାର କରି ଦିଆଯିବ ବୋଲି ଧମକ ଦେଉଥିବାରୁ ଭୟଭୀତ ଅବସ୍ଥାରେ କର୍ମଚାରୀମାନେ କାମ କରୁଛନ୍ତି । କାର୍ଯ୍ୟରତ ସମସ୍ତ ଡେଲିଭରୀ ବୟ ଜିନିଷ ଆଦାନ ପ୍ରଦାନ କରିବା ଲାଗି ସମଗ୍ର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଗସ୍ତ କରି ଡେଲିଭରୀ ଦେଉଥିବା ଯୋଗୁଁ ଏହି ଫ୍ଲିପକାର୍ଟ ହବ ପାଲଟିବ କି ସୁପର ସ୍ପ୍ରେଡର ବୋଲି ପାରଳା ସହରବାସୀଙ୍କ ମଧ୍ୟରେ ଭୟଓ ଆତଙ୍କ ଖେଳାଇ ଦେଇଛି ।   (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version