ନିର୍ମାଣଧିନ ଫର୍ମହାଉସରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଧାଫାଶ ୨ ହତ୍ୟାକାରୀ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଚହଳସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ସହର ଉପକଣ୍ଠ ରେ ଥିବା ନରହରିପୁର ଗ୍ରାମର ଏକ ନିର୍ମାଣଧିନ ଫର୍ମହାଉସରୁ ଜଣେ ମହିଳାଙ୍କ ମୃତଦେହକୁ ଗତ ୧୩ତାରିଖରେ ପୋଲିସ ଉଦ୍ଧାର କରିଥିଲେ । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣି ତନାଘନାତଦନ୍ତ ଜାରି ରଖିଥିଲା ଆଜି ଉକ୍ତ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପାରଳାଖେମୁଣ୍ଡି ପୋଲିସ୍ । ଏହିହତ୍ୟା ଘଟଣାର ଅତି ଗମ୍ଭୀରତାର ସହ ତଦନ୍ତ କରି ପାରଳା ଆଦର୍ଶ ଥାନା ପୋଲିସ ସଫଳତା ହାସଲ କରିଛି । ଏହିହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କୁ ଦିଆଯାଇଥିଲା lଏନେଇ ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଘଟଣା ସମ୍ପର୍କରେ ତଥ୍ୟ ଦେଇଛି ପାରଳାଖେମୁଣ୍ଡି ପୋଲିସ । ଘଟଣାରୁ ପ୍ରକାଶ ଗତ୧୨ ବୁଧବାର ବିଳମ୍ବିତ ରାତିରେ ନରହରିପୁର ଗ୍ରାମର ଏକ ନିର୍ମାଣଧୀନ ଫର୍ମହାଉସ ଠାରେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମର ଅମ୍ବିକା ଶବର(୩୫) ନାମକ ଜଣେ ମହିଳାଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିବା ସୂଚନା ପାଇ ୧୩ ତାରିଖ ସକାଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତନାଘନା କରିଥିଲା ।

ଏନେଇ ମୃତ ଅମ୍ବିକାଙ୍କ ବାପା ଜାମ୍ବେଲା ରାଇକା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପାରଳା ଥାନାରେ ୧୦୧/୨୧ରେ ମାମଲା ରୁଜୁ କରି ଏଏସ୍‌ପି ବାମଦେବ ସିଂ, ଏସ୍‌ଡିପିଓ ଆର୍‌.କେ. ଦାସ, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସମେତ ସାଇଣ୍ଟିଫିକ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇ ତନାଘନା କରିବା ବେଳେ ସେରଙ୍ଗ ଥାନା ଅନ୍ତର୍ଗତ କିନ୍ତେଇସିଂ ଗ୍ରାମର ମୁଖ୍ୟ ଅଭିଯୁକ୍ତ ଏଲିଆସ ମଣ୍ଡଳ (୨୬) ଓ ହତ୍ୟାରେ ସହଯୋଗ କରିଥିବା ଅଢେଇ ଗ୍ରାମର ଏଲିସୟା ଶବର(୨୦) ଦୁଇଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି । ଅଭିଯୁକ୍ତ ଦ୍ୱୟ ଘଟଣା ଦିନ ପ୍ରାୟ ୧୧ଘଣ୍ଟା ସମୟରେ ପ୍ରେମ ବ୍ୟାପାର ଏବଂ ଚରିତ୍ରକୁ ସନ୍ଦେହ କରି ଅମ୍ବିକା ସଙ୍ଗେ ଯୁକ୍ତିତର୍କ ହୋଇଥିଲା । ଅଭିଯୁକ୍ତ ଦ୍ୱୟ ଅମ୍ବିକାଙ୍କୁ ଇତି ମଧ୍ୟରେ ବେକକୁ ଜାବୁଡି ଧରିବା ପରେ ଏକ ସିମେଣ୍ଟ ଇଟା ଦ୍ୱାରା ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ । ଫଳରେ ଅମ୍ବିକାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ପୋଲିସ ସୂଚନା ଦେଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏହି ଘଟଣାର ସମସ୍ତ ତଦନ୍ତ ଦାୟିତ୍ୱ ଗ୍ରହଣ କରି ହତ୍ୟାକାଣ୍ଡକୁ ସଫଳତାର ସହ ପର୍ଦ୍ଦାଫାଶ କରିପାରିଛନ୍ତି । ହତ୍ୟାକାରୀଙ୍କ ଠାରୁ ପୋଲିସ ରକ୍ତାକ୍ତ ଏକ ସିମେଣ୍ଟ ଇଟା ସହ ୪ଗୋଟି ମୋବାଇଲ ଫୋନ ଜବତ କରାଯାଇଥିବାର ଜଣାଯାଇଛି   ( ରିପୋର୍ଟ -ପି. ଅଶୋକ କୁମାର )

Exit mobile version