ନର୍ଲା ଚାରିଛକରେ ଟ୍ରକ ଦୁର୍ଘଟଣା,ଘର ଭିତରକୁ ମାଡ଼ିଗଲା ଟ୍ରକ୍

ଓଡ଼ିଶା ତାଜା ନ୍ୟୁଜ ( ୨୧ ମେ ଶୁକ୍ରବାର) କଳାହାଣ୍ଡି :- ଆଜି ମଧ୍ୟାହ୍ନ ୧୨ ସମୟରେ ମ.ରାମପୁରରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ ନର୍ଲା ଚାରିଛକ ନିକଟ ଶମ୍ଭୁ ଜଡାଙ୍କ ଘର ଭିତରକୁ ଧସେଇ ପଶିଥିବା ଖବର ହସ୍ତଗତ ହୋଇଛି।ଓଆର୦୮ଡି୮୧୩୩ ନଂ ଥିବା ଟ୍ରକଟି ଲକଡାଉନରେ ରାସ୍ତା ଫାଙ୍କା ଥିବା ଯୋଗୁ ଦୃତ ଗତିରେ ଆସୁଥିବା ବେଳେ ରାସ୍ତା ପାରି ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଏହି ଭଳି ଦୁର୍ଘଟଣା ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଟ୍ରକ ଧକ୍କାରେ ଘର ସମ୍ମୁଖରେ ଥିବା ଏକ ହୁଣ୍ଡାଇ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ନର୍ଲା ପୋଲିସ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ପହଞ୍ଚି ଦୁର୍ଘଟଣା ଉପରେ ତଦନ୍ତ ଆରମ୍ଭ କରିଛନ୍ତି।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version