Home ଓଡ଼ିଶା ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ବିଶ୍ୱ ବିଦିତ ହୋଇଥିବା ବେଳେ : ଓଡ଼ିଶାର ଦ୍ୱିତୀୟ ଜଗନ୍ନାଥ କ୍ଷେତ୍ର ଭାବରେ ଗୁପ୍ତ କ୍ଷେତ୍ର ରଣପୁର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp RANPUR ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ରଣପୁର :-ରଣପୁର ଓଡ଼ିଶାର ଗୋଟିଏ ପୁରାତନ ଗଡ଼ଜାତ,ଶ୍ରୀ ଜଗନ୍ନାଥ ମନ୍ଦିର କହିଲେ ପୁରୀ ଜଗନ୍ନାଥ ମନ୍ଦିର କୁ ହିଁ ବିଶ୍ୱୋରେ ବୁଝାଏ, କିନ୍ତୁ ପୁରାଣ ଅନୁଯାୟୀ ରଣପୁର ହେଉଛି ଗୁପ୍ତ କ୍ଷେତ୍ର ଏବଂ ରଣପୁର ରାଜା ସ୍ୱୋପ୍ନା ଦେଶ ଦ୍ୱାରା ଆଦିଷ୍ଟ ହୋଇ , ଗଜପତି ଙ୍କ ଠାରୁ ପ୍ରତୀକାତ୍ମକ ଶ୍ରୀ ଜଗନ୍ନାଥ ଙ୍କ ମୂର୍ତ୍ତି ପ୍ରାପ୍ତ ହୋଇ ରଣପୁର ରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ରଣପୁର ରେ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରି ଜଗନ୍ନାଥ ଦର୍ଶନ ଫଳ ପ୍ରାପ୍ତି ର ଆଦେଶ ଥିଲା, ତେଣୁ ରଣପୁର ର ଆବାଳ ବୃଦ୍ଧ ବନିତା ଜାଣନ୍ତି ଶ୍ରୀ ଜଗନ୍ନାଥ ଙ୍କ ର ୧୬ କଳାରୁ ୧ କଳା ରଣପୁର ରେ ବିରାଜ ମାନ , ଧାର୍ମିକ ମତ ରେ ଶ୍ରୀ ଜଗନ୍ନାଥ ଙ୍କ ର ଯେ କୌଣସି ସେବା ପୁରୀ ରେ ହେବା ସହ ରଣପୁର ରେ ନ ହେଲେ ତାହା ଅସମ୍ପୂର୍ଣ୍ଣ ଅଟେ,ଗତ ବର୍ଷ ରଣପୁର ର ସାମ୍ବାଦିକ ଭାଇ ମନେ ଜିଲ୍ଲାପାଳ ଙ୍କୁ ଭେଟି ଆଜିର ଦିନରେ ରଥ ନିର୍ମାଣ ପାଇଁ ଆଦେଶ ଆଣିଥିଲେ , ସେଥିପାଇଁ ରଣପୁର ସେମାନଙ୍କୁ ସ୍ବାଗତ ଜଣାଇ ଥିଲା , କିନ୍ତୁ ରଣପୁରିଆ ଙ୍କ ଆଦୂର୍ଦୃଷ୍ଟିତା ଯୋଗୁ ନିର୍ମାଣ ରେ ୮ ଲକ୍ଷ୍ୟ ଖର୍ଚ୍ଚ ହୋଇ ମଧ୍ୟ ରଣପୁର ବଡ଼ ଦାଣ୍ଡ ରେ ରଥ ଗଡି ନ ପାରି ଶ୍ରୀ ଜଗନ୍ନାଥ ଙ୍କ ର ସମ୍ପୂର୍ଣ ସେବା ଯୋଗାଇ ବାକୁ ଅକ୍ଷମ ହୋଇ ଥିଲେ ମଧ୍ୟ ଓଡ଼ିଶାର ସବୁମନ୍ଦିର ରେ ମନ୍ଦିର ପ୍ରାଙ୍ଗଣରେ ପ୍ରତୀକାତ୍ମକ ଭାବେ ପାଳିତ ହୋଇ ଥିବା ବେଳେ, ରଣପୁର ରେ ମାନ୍ୟବର ବିଧାୟକ ଙ୍କ ସହଯୋଗ କ୍ରମେ ରଣପୁର ରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ମାର୍ଗ ଦର୍ଶନ ରେ ଭିନ୍ନ ରକମ୍ ର ପାଳିତ ହୋଇ ଶ୍ରୀ ଜଗନ୍ନାଥ ଙ୍କ କରୁଣା ରୁ ନିଜର ବୈଶିଷ୍ଟ୍ୟ ତା ବଜାୟ ରଖିବାରେ ସକ୍ଷମ ହୋଇଛି, ଆମ ଅଜ୍ଞତା ରେ ,ତେଣୁ ,ଓଡ଼ିଶାରେ ଥିବା ସମସ୍ତ ଜଗନ୍ନାଥ ଙ୍କ ର ରଥ ସେବା ଏକ ପ୍ରକାର ର ହୋଇ ଥିବା ବେଳେ ରଣପୁର ତାର ଭିନ୍ନତା ବଜାୟ ରଖିଛି । ତେଣୁ ,ଆତ୍ମଘୋଷିତ ରଣପୁର ଜଗନ୍ନାଥ ସେନା ଡେରି ନ କରି ବାର୍ ଆସୋସିଏସନ୍ ,ପ୍ରଶାସକ , ବ୍ୟବସାୟୀ ଓ ଲୋକ ପ୍ରତି ନିଧି ମାନଙ୍କୁ ସାଙ୍ଗରେ ନେଇ ଜିଲ୍ଲାପାଳଙ୍କୁ ଭେଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବାର୍ ଆସୋସିଏସନ୍ ଜରିଆରେ ଓଡ଼ିଶାର ଉଚ୍ଚନ୍ୟାାଳୟର ଦ୍ବାରସ୍ଥ ଓଡ଼ିଶାର ଆତ୍ମା ଶ୍ରୀ ଜଗନ୍ନାଥ ଙ୍କ ର ସେବା ସମ୍ପୂର୍ଣ୍ଣ କରିବା ପାଇଁ ବିଚାର କରିବାକୁ ଆବେଦନ କରାଯାଉ, ହେଲେ ଯାହା ବି ହେବ ତାହା ହିଁ ଜଗନ୍ନାଥ ଙ୍କ ର ଇଚ୍ଛା ତାହା ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ରଣପୁର ସମସ୍ତ ଙ୍କ ଠାରୁ ଭିନ୍ନ ଅର୍ଥାତ୍ ଦ୍ବିତୀୟ ଶ୍ରୀ ଖେତ୍ରଭାବେ ପ୍ରତିଷ୍ଠିତ ହେବ । କରୋନା ମହାମାରୀ ସମୟ ରେ ଏକ ଇତିହାସ ସୃଷ୍ଟି ହେବ । ମୋ ତରଫରୁ ମୁଁ ସବୁମତେ ସହଭାଗିତା ନେବାକୁ ପ୍ରସ୍ତୁତ । ଜୟ ଜଗନ୍ନାଥ (ରିପୋର୍ଟ /ସୁରେଶ ଚନ୍ଦ୍ର ମିଶ୍ର,ରଣପୁର) Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ by Proprietor Abhimanyu Maharana June 16, 2026 Gurugram hosts Raja Mahotsava with Grandeur by Proprietor Abhimanyu Maharana June 16, 2026 କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ by Proprietor Abhimanyu Maharana June 15, 2026 ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ by Proprietor Abhimanyu Maharana June 15, 2026 ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ by Proprietor Abhimanyu Maharana June 15, 2026 ଦିଘାରୁ ହଟିଲା 'ଧାମ' ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା by Proprietor Abhimanyu Maharana June 15, 2026