କାଶୀନଗର ବ୍ଲକ ର ପୂର୍ବତନ ସ୍କୁଲ ଇନ୍ସପେକ୍ଟର ରାଜ କିଶୋର ପାଢୀଙ୍କ କୋରନାରେ ବିୟୋଗ ; ବିଭିନ୍ନ ମହଲରେ ଶୋକ

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକର ର ପୂର୍ବତନ ସ୍କୁଲ ଇନ୍ସପେକ୍ଟର ଶ୍ରୀ ରାଜ କିଶୋର ପାଢ଼ୀ ତଥା ଗୁମ୍ମା ବ୍ଲକର ବି.ଆର.ସି. ସି, ଭାବେ ସେ କାର୍ଯ୍ୟ କରି ଶେଷ ସମୟ ରେ ରାଣୀପେଣ୍ଠା ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ପାରଳାଖେମୁଣ୍ଡି ବାସ ଭବନ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି ।

ତାଙ୍କ ମୃତ୍ୟୁ ଖବର ପାଇବା ପରେ କାଶୀନଗର ବ୍ଲକ୍ ଶିକ୍ଷା ଅଧିକାରୀ ଡ଼ ବୃଷ କେତୁ ଦାସ ଏ ବି ଇ ଓ ଶ୍ରୀ କାରେୟା, ଶ୍ରୀ ଟି.କିଶୋର, ସୁଶ୍ରୀ ମୀନା ବେହେରା , ଶିକ୍ଷକ ଦେବରାଜ ଜେନା ନାଗଭୂଷଣ, ଶ୍ରୀନିବାସ ରାଓ, ଜଗଦିସ ପାତ୍ର, ଅମୂଲ୍ୟ ପାତ୍ର, ବିଜୟ ପଣ୍ଡା ଓ ପୂର୍ବତନ ଶିକ୍ଷକ ସୁମନ୍ତ ସିନ୍ତାଡା ଗଭୀର ଶୋକ ପ୍ରକାଶ କରିଛନ୍ତି।ସେ କରନା ରେ ପୀଡ଼ିତ ଥାଇ ଚିକିତ୍ସିତ ଥିଲେ l  (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version