ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରଶାସନର କଟକଣା ହାତ ବାନ୍ଧି ବସିଛନ୍ତି ଟେଣ୍ଟ ମାଲିକ ଓ ଶ୍ରମିକ

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ବାହାଘର, ବ୍ରତ, ଗୃହ ପ୍ରତିଷ୍ଠା, ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସଭା ସମିତି କରିବା ଉପରେ ପ୍ରଶାସନ କଟକଣା ଜାରୀ କରିଛି । ଫଳରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଟେଂଟ ହାଉସ ମାଲିକ ଓ କାର୍ଯ୍ୟରତ ଶ୍ରମିକ ମାନେ କାମ ନପାଇ ହାତ ବାନ୍ଧି ବସିଥିବା ବେଳେ ବିଭିନ୍ନ ବେସରକାରୀ ଗେଷ୍ଟ ହାଉସ୍ ଓ କଲ୍ୟାଣ ମଣ୍ଡପ ଗୁଡ଼ିକରେ ଦୀର୍ଘ ଦିନ ଧରି ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ଗତ ୫ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରାଯିବା ପରେ ଟେଂଟ ହାଉସ ମାଲିକ ଓ କାର୍ଯ୍ୟରତ ଶ୍ରମିକ ମାନେ ରୋଜଗାର ହରାଇ ବସିଛନ୍ତି । ଲକଡ଼ାଉନ ଯୋଗୁଁ ଟେଂଟ ହାଉସ କାର୍ଯ୍ୟରେ ନିୟୋଜିତ ଥିବା କୂଶଳୀ ଓ ଅଣକୂଶଳୀ କାରିଗର ମାନେ ଜୀବିକା ହରାଇ ବସିଛନ୍ତି ।

ଟେଂଟ ହାଉସ ମାଲିକଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଶହ ଶହ ଶ୍ରମିକ କାମଧନ୍ଦା ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି । ଲକଡ଼ାଉନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ଟେଂଟ ହାଉସ ମାଲିକମାନେ ଚଳିତ ବର୍ଷ ପ୍ରାରମ୍ଭରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଗତ ବର୍ଷ ମଧ୍ୟ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବା ଯୋଗୁଁ ବର୍ଷ ତମାମ ଯ୍ଜେଙ୍କ ହାଉସ ମାଲିକ ମାନେ ବେଶ କ୍ଷତି ସହିଥିବା ବେଳେ କାରିଗର ମାନେ କାମ ଦନ୍ଦା ଅଭାବରୁ ପେଟକୁ ମୁଠାଏ ଦାନା େ;ଯାଗାଡ଼ କରିବା କଷ୍ଟକର ହୋଇ ପଡ଼ିଥିଲା । ଏଭଳି ସଙ୍କଟ ସ୍ଥିତିରୁ ମୁକୁଳି ସେମାନଙ୍କ ବ୍ୟବସାୟକୁ ଚାଲୁ ରଖିବା ନେଇ ଟେଂଟ ହାଉସ ମାଲିକ ସିମାଂଚଳ ଚୌଧୁରୀ, ବିଜୟ ବେହେରା, ଜି. ମାଧବ, ଅଶୋକ ପାଢି ପ୍ରମୁଖ କହିଛନ୍ତି । ଏ ଦିଗରେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଅଧିକାଂଶ ମାଲିକ ନିଜର ବ୍ୟବସାୟ ବନ୍ଦ କରିଦେବା ସମ୍ଭାବନାକୁ ଏଡ଼ାଇ ହେବନାହିଁ । ଏ ଦିଗରେ ସରକାର ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳର ବହୁ ଟେଂଟ ହାଉସ ମାଲିକ ଅନୁରୋଧ କରିଛନ୍ତି ।  ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version