ଢେଙ୍କାନାଳ : ଏ ବି ଭି ପି ଭୁବନ ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ !

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଢେଙ୍କାନାଳ :- ଜିଲ୍ଲା ଭୁବନ ବ୍ଲକ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ତରଫରୁ ଆଜି ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ସକାଳ ୭ ଘଟିକା ଠାରୁ ଆରମ୍ଭ ହୋଇ ମଧ୍ଯାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା। ପାଖାପାଖି ୬୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କରୋନାରେ ଆକ୍ରାନ୍ତ ହେଉଥିବା ଅନେକ ରୋଗୀ ରକ୍ତ ଏବଂ ପ୍ଲାଜମା ସାହାଯ୍ଯରେ ସୁସ୍ଥ ହୋଉଥିବାରୁ ରକ୍ତ ସଂଗ୍ରହ ନିମନ୍ତେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି। କିନ୍ତୁ ଚଳିତ ବର୍ଷ ବିଶେଷଜ୍ଞ ଏବଂ ସରକାରଙ୍କ ତରଫରୁ ପ୍ରଣିତ ନୁତନ ଗାଇଡଲାଇନ ଅନୁସାରେ ଯେଉଁମାନେ କରୋନା ଟୀକା ନେବେ ସେମାନେ କିଛିଦିନ ଲାଗି ରକ୍ତଦାନ କରିପାରିବେ ନାହିଁ ।

ଏବେ 18 ବର୍ଷ ରୁ 45 ବର୍ଷ ବୟସ କୁ ଟୀକାକରଣ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ଅଛି। ଏଥିଲାଗି ସରକାରଙ୍କ ତରଫରୁ ଆଗୁଆ ଟୀକାକରଣ ମଧ୍ଯ ଚାଲିଛି। ତେବେ ଗତବର୍ଷ ରକ୍ତ ଏବଂ ପ୍ଲାଜମା ସାହାଯ୍ଯ ରେ ଅନେକ ରୋଗୀ ସୁସ୍ଥ ହୋଇଥିଲେ। ଯାହା ପରଠାରୁ ରକ୍ତ ସଂଗ୍ରହ ନିମନ୍ତେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ରକ୍ତଦାନ ଶିବିର ମାନ ଆୟୋଜନ କରାଯାଉଛି । କିନ୍ତୁ ଚଳିତବର୍ଷ ବିଶେଷଜ୍ଞ ଏବଂ ସରକାରଙ୍କ ତରଫରୁ ପ୍ରଣିତ ନୁତନ ଗାଇଡଲାଇନ ଅନୁସାରେ ଯେଉଁମାନେ କରୋନା ଟୀକା ନେବେ ସେମାନେ କିଛିଦିନ ଲାଗି ରକ୍ତଦାନ କରିପାରିବେ ନାହିଁ। ତେଣୁ ଯେପରି ରୋଗୀମାନଙ୍କ ଚିକିତ୍ସାରେ ବାଧା ସୃଷ୍ଟି ନହେବ ତାହାକୁ ଦୃଷ୍ଟିରେ ରଖି ଏବିଭିପି ରାଜ୍ୟରେ ରକ୍ତଦାନ ଶିବିର ମାନ ଆୟୋଜନ କରୁଅଛି। ଏହି ବିଶେଷ କାର୍ଯ୍ୟକ୍ରମ ରେ ଭୁବନ ଏବିଭିପି ଶାଖାର ସଦସ୍ୟ ମାନେ ସହଯୋଗ କରିଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ

Exit mobile version