ଗୋଟିଏ ପରିବାର କୁ ଭଗବାନ କଣ ଏତେକଷ୍ଟ ଦେଇପାରନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଭୁବନେଶ୍ୱର :- ଗୋଟିଏ ପରିବାର କୁ ଭଗବାନ କଣ ଏତେକଷ୍ଟ ଦେଇପାରନ୍ତି,ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ପରଲୋକ ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୫୨ ବର୍ଷରେ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଯଶୋବନ୍ତ, କାଲି ତାଙ୍କ ସାନ ଭାଇ କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ମୃତ୍ୟୁ ହୋଇଥିଲା, ୧୨ ଦିନ ପୂର୍ବେ ପିତା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ମୃତ୍ୟୁ ହୋଇଥିଲା…

ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଗୁରୁବାର ବିୟୋଗ ଘଟିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ୍‌ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ସମ୍‌ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା ।

ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସରେ ମୃତ୍ୟୁ ଘଟିଥିବାବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଥିଲେ। ଏମିତି ଦୁଃଖ ଯେ ତେବେ ଗତ ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୩ଜଣ ଆଖିବୁଜିଛନ୍ତି । ଯାହା ପରେ ପୁରା ପରିବାର ଏବେ ଭାଙ୍ଗି ପଡିଛି। ଆଜି ବାପାଙ୍କ ଦ୍ୱାଦଶ ଏବଂ ଭାଇଙ୍କର ଆଜି ମୃତ୍ୟୁର ଦ୍ୱିତୀୟ ଦିନରେ ଚାଲିଗଲେ ବଡ ପୁଅ ଯଶୋବନ୍ତ। ଚାରି ବର୍ଷ ତଳେ ରଘୁନାଥଙ୍କ ସାନ ପୁଅଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

Exit mobile version