ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଓ କୃଷି ଋଣ ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ଋଣ ପ୍ରକ୍ରିୟାକରଣ ବ୍ୟବସ୍ଥାର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଭୁବନେଶ୍ୱର :- ଆଇଡିବିଆଇ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ଏହାର ଏମ୍‌ଏସ୍‌ଏମ୍‌ଇ ଓ କୃଷି ଉତ୍ପାଦ ଲାଗି ସମ୍ପୂର୍ଣ୍ଣ ଡିଜିଟାଲ୍ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଋଣ ପ୍ରକ୍ରିୟାକରଣ ବ୍ୟବସ୍ଥା (ଏଲ୍‌ପିଏସ୍‌)ର ଶୁଭାରମ୍ଭ କରାଯାଇଛି । ଏହି ନୂଆ ଋଣ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ନିରବଚ୍ଛିନ୍ନ ଭାବେ ଡାଟା ଫିନ୍‌ଟେକ୍‌, ବ୍ୟୁରୋ ମାନ୍ୟତା, କାଗଜପତ୍ର ଷ୍ଟୋରେଜ୍ / ରିଟ୍ରିଭାଲ୍‌, ଖାତା ଖୋଲିବା/ପରିଚାଳନା, ଗ୍ରାହକ ବିଜ୍ଞପ୍ତି, ଏବଂ ପୋର୍ଟଫୋଲିଓ ମ୍ୟାନେଜମେଂଟ୍ ଦକ୍ଷତା ସହିତ ନୀତି/ନକ୍ ଅଫ୍ ମାନଦଣ୍ଡଗୁଡ଼ିକ ସହ ସମନ୍ୱିତ କରାଯାଇଛି । ଏହି ସମ୍ପୂର୍ଣ୍ଣ ଡିଜିଟାଇଜ୍ ଓ ସ୍ୱୟଂକ୍ରିୟ ଋଣ ପ୍ରକ୍ରିୟାକରଣ ବ୍ୟବସ୍ଥାର ଲକ୍ଷ୍ୟ ହେଉଛି ବ୍ୟାଙ୍କର ଏମ୍‌ଏସ୍‌ଏମ୍‌ଇ ଓ କୃଷି ଗ୍ରାହକମାନଙ୍କୁ ଉତ୍କୃଷ୍ଟ ପ୍ରଯୁକ୍ତି ଭିତିକ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବା ।

ଉତ୍କୃଷ୍ଟ ଅଣ୍ଡରରାଇଟିଂ ମାନକ ପାଇଁ ନକ୍ ଅଫ୍ ମାନଦଣ୍ଡ ଓ ଋଣ ନୀତି ମାପଦଣ୍ଡ ସହିତ ଯୋଡ଼ି ହେବା ଭଳି ଏହି ପ୍ଲାଟଫର୍ମକୁ ତିଆରି କରାଯାଇଛି । ଏ ସମ୍ପର୍କରେ ଶ୍ରୀଯୁକ୍ତ ସୁରେଶ ଖାତାନହାର, ଉପ ପରିଚାଳନା ନିର୍ଦେଶକ, ଆଇଡିବିଆଇ ବ୍ୟାଙ୍କ କହିଛନ୍ତି ଯେ, “ଋଣ ପ୍ରକ୍ର୍ରି୍ରୟାକରଣ ବ୍ୟବସ୍ଥାରେ ୫୦ରୁ ଅଧିକ ପ୍ରକାର ଉତ୍ପାଦ ରହିବ ଏବଂ ୩୫ରୁ ଅଧିକ ପ୍ରକାରର ଇଟଂରଫେସ୍‌ ଜରିଆରେ ଅନେକ ସାଟେଲାଇଟ୍ ବ୍ୟବସ୍ଥାକୁ ଏହା ନିରବଚ୍ଛିନ୍ନ ଋଣ ଜୀବନଚକ୍ର ପ୍ରଦାନ କରିବ । ଏହି ବ୍ୟବସ୍ଥା ନିରବଚ୍ଛିନ୍ନ ଭାବେ ପୂର୍ବରୁ ଥିବା ମୂଳ ଡାଟାବେସ୍‌, ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ଓ ବ୍ୟାଙ୍କର ବିଭିନ୍ନ ପ୍ରକାର ଅନ୍ୟ ଆପ୍ଲିକେସନ୍ ସହିତ ସମନ୍ୱିତ ହୋଇ ରହିଛି । ଉନ୍ନତ ଟର୍ଣ୍ଣ ଆକାଉଣ୍ଡ୍ ସମୟ ଜରିଆରେ ଏହା ଗ୍ରାହକଙ୍କ ଅନୁଭୂତିରେ ଉଲ୍ଲେଖନୀୟ ଉନ୍ନତି ଆଣିବ ।’’

Exit mobile version