ରୁପ୍ରାରୋଡ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ କରୋନା ରୋଗୀଙ୍କୁ ମାଗଣାରେ ଅକ୍ସିଜେନ ସେବା

 ଓଡ଼ିଶା ତାଜା ନ୍ୟୁଜ (୧୯ ମେ ବୁଧବାର) କଳାହାଣ୍ଡି :- କରୋନାର ଦ୍ଵିତୀୟ ଲହରୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦିନକୁ ଦିନ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ବଢ଼ି ଥିବା ଯୋଗୁ ଏହାକୁ ଆଖି ଆଗରେ ରଖି ମାରୱାଡ଼ି ଯୁବା ମଞ୍ଚ,ରୁପ୍ରାରୋଡ ପକ୍ଷରୁ ନିଶୁଳ୍କ ଅକ୍ସିଜେନ ସେବାର ଶୁଭାରମ୍ଭ କରାଯାଇଛି।ଏକ କାର୍ଯ୍ୟକ୍ରମ ଜରିଆରେ କୋଭିଡ ନିୟମ ସହ ମୁଖ୍ୟ ଅତିଥି ଭାବେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ମାରୱାଡ଼ି ଯୁବା ମଞ୍ଚ ରୁପ୍ରାରୋଡ ଶାଖାର ସଭାପତି ରିନେଶ କୁମାର ଅଗ୍ରୱାଲ

ସଂପାଦକ ମହେଶ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।ବଣ୍ଟି ଖେତାନ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ଆବଶ୍ୟକତା ଅନୁଭବ କରୁଥିବା ରୋଗୀଙ୍କ ସଂପର୍କୀୟ ମାରୱାଡ଼ି ଯୁବା ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ କଲେ ବିନା ମୂଲ୍ୟରେ କରୋନା ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଯୁବା ମଞ୍ଚ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version