କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଙ୍କୀରେଦୁଇ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  କରୋନା ପରିଚାଳନା କାର୍ଯ୍ୟକ୍ରମର ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା କାର୍ଯ୍ୟକ୍ରମ ପରିଚାଳନା ସଂପର୍କରେ ଆଜି କଟକ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲୋକନାଥ ପାତ୍ର  ସମୀକ୍ଷା କରିଥିଲେ । ପୃଥକ ପୃଥକ ଭାବରେ ଡମପଡ଼ା ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସଂଗରୋଧରେ ଥିବା କରୋନା ଆକ୍ରାନ୍ତମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଡାକ୍ତର ପାତ୍ର ପଚାରି ବୁଝିଥିଲେ ।

ଗ୍ରାମମାନଙ୍କରେ ଅଧିକ ସଂଖ୍ୟାରେ ସ୍ୱାବ୍ ସଂଗ୍ରହ କରାଯିବା, ଅନ୍‌ଲାଇନ୍ ମାଧ୍ୟମରେ ଗ୍ରାମାଞ୍ଚଳରେ ଟିକାକରଣ ଓ ଲକ୍ଷଣଯୁକ୍ତ ବ୍ୟକ୍ତିମାନଙ୍କର ତୁରନ୍ତ ସ୍ୱାବ୍ ପରୀକ୍ଷା ସହିତ ଚିକିତ୍ସା ବ୍ୟବସ୍ଥା କରିବା, ଆକ୍ରାନ୍ତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟରେ ଅବନତୀ ଘଟିଲେ ସେମାନଙ୍କୁ ନିକଟସ୍ଥ କୋଭିଡ୍ କେୟାର କେନ୍ଦ୍ରକୁ ତୁରନ୍ତ ପଠାଇବାର ବ୍ୟବସ୍ଥା କରାଇବା ସହିତ କରୋନାରେ ଯେପରି କାହାର ମୃତ୍ୟୁ ନଘଟେ ସେଥି ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ଏହିଦୁଇ ସ୍ୱାସ୍ଥ୍ୟ କେନ୍ଦ୍ର  ବୈଠକରେ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱଜିତ୍ ପଣ୍ଡା, ଡାକ୍ତର ଜେ.ବି. ପାଣି, ପ୍ରକଳ୍ପ ଅଧିକାରୀ ଅପର୍ଣ୍ଣା ମହାପାତ୍ର, ଜନସଂପ୍ରସାରଣ ଅଧିକାରୀ ଶାନ୍ତିଲତା ଦେଇ ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ  ଅଧିକାରୀ ଡାକ୍ତର ଅମରେଶ ସାହୁ, ଡାକ୍ତର କିରଣବାଳା ମହାନ୍ତି, ଡାକ୍ତର ସୁଜାତା ମହାପାତ୍ର, ଡାକ୍ତର କନେଜା ଫାତେମା, ଡାକ୍ତର ଦିଲ୍ଲୀପ୍ ମନ୍ତ୍ରୀ, ଡାକ୍ତର ସୁଧାଂଶୁ ଶେଖର ପଣ୍ଡା, ପ୍ରଦୀପ୍ କୁମାର ସାହୁ, ବି.ପି.ଏମ୍‌. ସଂଗୀତା ଦାଶ, ସୁପରଭାଇଜର ମାନଭଞ୍ଜନ ଦଳେଇଙ୍କ ସମେତ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )

 

 

Exit mobile version