ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଚିର ଅବିସ୍ମରଣୀୟ

ମାହାଙ୍ଗା, କଟକ (ଓଡିଶା ତାଜା ନିଉଜ ) ମାହାଙ୍ଗା 07.03.20 :- ଶିକ୍ଷକ ହେଉଛନ୍ତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଚଳନ୍ତି ଭଗବାନ, ଏହି ଚଳନ୍ତି ଭଗବାନ ଙ୍କ ହାତରେ ଗଢ଼ାହୁଅନ୍ତି ଆଗାମୀ ଦିନର ଭବିଷ୍ୟତ, କୁନି କୁନି ପିଲାମାନଙ୍କର ଚରିତ୍ର ଗଠନ ରେ ଶିକ୍ଷକ ଙ୍କ ଅବଦାନ ଚିର ଅବିସ୍ମରଣୀୟ,

ଗୁରୁ ବିନା ସମାଜରେ ଉତ୍ତମ ଛାତ୍ର ସୃଷ୍ଟିହେବା ଅସମ୍ଭବ, ଗୁରୁ ସବୁଦିନ ଆମକୁ ମନେପକେଇ ପଥ ପଦର୍ଶକ ହୋଇଥିବା ବେଳେ ଆମେ ମାନେ ଏହି ଗୋଟିଏ ଦିନରେ ଗୁରୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ଆମ କର୍ତବ୍ୟକୁ ସୀମିତ ନରଖି ସବୁଦିନ ତାଙ୍କୁ ଆମ ହୃଦୟରେ ରଖି ପୂଜା କଲେ ବିଦାୟ ଶିକ୍ଷକ ଙ୍କ ପାଇଁ ହେବ ସର୍ବଶେଷ୍ଠ ସମ୍ବର୍ଦ୍ଧନା ହେବ ବୋଲି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ଵିଵାୟୀ ସଭାରେ ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଚନ୍ତି,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନେଶ କୁମାର ସିଂହ ଙ୍କ ପୌରହିତ୍ୟରେ ଆୟୋଜିତ ଵିଵାୟୀ ପ୍ରଧାନ ଶିକ୍ଷକ ଜ୍ଞାନଦା ପ୍ରସାଦ ଦାଶ ଙ୍କ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଚକ୍ରଧର ବେହେରା ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କୁ ଅବାସରପରେ ଯଦି ଆମ୍ଭେମାନେ ଶ୍ରଦ୍ଧା ସମ୍ମାନ ଦେଇପାରିବା ତେବେ ଏହାହିଁ ତାଙ୍କ ପାଇଁ ହେବା ସର୍ବଶ୍ରେଷ୍ଟ ସମ୍ବର୍ଦ୍ଧନା ବୋଲି କହିଥିଲେ,

ମୁଖ୍ୟ ବକ୍ତା ଭାବେ ଅତିରକ୍ତ ବ୍ଲକ ଶିକ୍ଷାଧିକାରୀ ମଦନ ମୋହନ ମଲ୍ଲ, ସମ୍ମାନିତ ଅତିଥି ଭାବେ ରାଣୀଗୋଡ଼ା ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଲେଙ୍କା, ଏବିଇଓ ଚୌଧୁରୀ ନବ କୃଷ୍ଣ ପ୍ରହରାଜ, ନାରାୟଣ ରାଉତ, ପଲ୍ଲୀସାହି ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ପଣ୍ଡା, ବିଚିତ୍ରାନନ୍ଦ ପଣ୍ଡା ପୂବତନ ପ୍ରଧାନଶିକ୍ଷୟତ୍ରୀ ରାଜେଶ୍ୱରୀ ରଥ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଶିକ୍ଷାଦାନ ସମୟ ର କାର୍ଯ୍ୟାବଳୀ ସମ୍ପର୍କରେ କହିଥିଲେ,ସିଆରସିସି ଅମରେନ୍ଦ୍ର ଯେନା, ରମାକାନ୍ତ ଦାସ, ମନୋଜ କୁମାର ଦାସ, ନିହାର ରଞ୍ଜନ ସାମଲ, ହରେକୃଷ୍ଣ ସାହୁ,ଶିକ୍ଷକ ସେକ ଫାରୁକ ମହମ୍ମଦ, ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ବାରିକ, ଶିକ୍ଷକ ଉମାଶଙ୍କର ନାୟକ, ଅରୁଣ କୁମାର ନାୟକ, ପାର୍ଥ ସାରଥୀ ଦାସ, ସଂଯୁକ୍ତା ବେହେରା, ସୁକେଶିନି ବେହେରା, ହେମନ୍ତ କୁମାର ପରିଡା, ଦାଶରଥି ସାହୁ, ଚନ୍ଦନ ଦାସ, ଲଷ୍ମୀପ୍ରିୟା ରାଉତ, ଖଗେଶ୍ୱର ଯେନା, ମାଧବ ଚନ୍ଦ୍ର ରାଉତ, ଅନିଲ କୁମାର ଯେନା, ନଳିନୀକାନ୍ତ ସାହୁ ପୂର୍ବତନ ଶିକ୍ଷକ ସେକ ମୁରଶିଦ ମହମ୍ମଦ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ଏହି ଉତ୍ସବରେ ସ୍ଥାନୀୟ ଅଂଚଳର ସମସ୍ତ ଅଭିଭାବକ, ପରିଚାଳନା କମିଟି କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହିଥିଲେ, ଏହି ଅବସରରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ଉପହାର, ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version