ମୋହନା ସହରରେ ନିସହାୟ ବୃଦ୍ଧ ବୃଦ୍ଧା ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ଯୁବ ବ୍ୟବସାୟୀ ଶମ୍ଭୁ ଆଚାରୀ

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ମୋହନା :-  କରୋନା କଟକଣା ସାଙ୍ଗକୁ ଦିନକୁ ଦିନ ଲକଡାଉନ ରାଜ୍ୟରେ ବଢିବାରେ ଲାଗିଛି। ଲୋକେ ଜୀବିକା ହରାଇ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ଗରୀବ ପରିବାରର ଲୋକଙ୍କ ଅବସ୍ଥା କହିଲେ ନସରେ । ଏଭଳି ବିପତ୍ତି ସମୟରେ

ମୋହନା ସହରର ଯୁବ ବ୍ୟବସାୟୀ ଶମ୍ଭୁ ଆଚାରୀ ନିହାତୀ ଗରୀବ ଶ୍ରେଣୀର ଲୋକଙ୍କୁ ସାହି ସାହି ବୁଲି ଚାଉଳ, ଡାଲି, ପରିବା, ବିସ୍କେଟ ଓ ୧୦୦ ଟଙ୍କା ଲେଖାଏଁ ବିଧବା ମହିଳା, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ବାଣ୍ଟିଛନ୍ତି । ତାଙ୍କରି ଏଭଳି ଜନହିତକର କାର୍ଯ୍ୟକୁ ମୋହନା ବାସୀ ପ୍ରଶଂସା କରିଛନ୍ତି ।   (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version