କାଶୀନଗର ଥାନା ଅଞ୍ଚଳର ଏନ୍ ଏ ସି ରେ କୋଭିଡ ନିୟମ ଉଲଂଘନ କରି ଭୋଜି କରୁଥିବା ସମୟରେ ତହସିଲଦାର ଓ ଥାନା ଅଧିକାରୀ ଙ୍କ ଚଢ଼ାଉ ୧୦ ହଜାର ଟଙ୍କା ଜୋରିମାନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ଏନ୍ ଏ ସି ଅଞ୍ଚଳରେ କୋଭିଡ ନିୟମ କୁ ଉଲଂଘନ କରି ମାଂସ ଭୋଜି ଭାତ କରି ଅନେକ ଲୋକ ଙ୍କ ସମାଗମ କରି ଭୋଜି କରୁଥିବା ଅବସ୍ଥାରେ କାଶୀନଗର ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ କୌଣସି ସୁତ୍ରରୁ ଖବର ପାଇ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସମେତ ପୋଲିସ ସଦଳ ବଳେ ସେଠାରେ ପହଞ୍ଚି ଭୋଜି ର ଆୟୋଜକ ଶ୍ରୀ ରାମ ଚନ୍ଦ୍ର ନାୟକ

ଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରି ଭୋଜି କୁ ନଷ୍ଟ କରିଥିବା ଜଣାଯାଇଛି । ଏଭଳି ଘଟଣା କାଶୀନଗର ଅଞ୍ଚଳ ରେ ପ୍ରଥମ ବୋଲି ସାଧାରଣ ରେ ଆଲୋଚନା ହେଉଛି । ଦ୍ଵିତୀୟ ଲହର ଏତେ ଭୟଙ୍କର ଯେ ଲୋକେ ବୁଝିବାକୁ ଆହୁରି କେତେ ସଚେତନତା ଆବଶ୍ୟକ । ଏଣୁ ପ୍ରଶାସନ ପ୍ରଥମ ଥର ଭଳି ଟିକେ କଡା କଡ଼ି ହେଲେ ଯାଇ ଏହି କୋରନା ମହମାରିରୁ ଜନ ସାଧାରଣ ରକ୍ଷା ପାଇ ପାରିବେ l ( ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version