ରାୟଗଡ଼ ତହସିଲ ପକ୍ଷରୁ ରାଜସ୍ଵ ରଥ ଦ୍ୱାରା ପଟା ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ରାୟଗଡ଼ :- ରାୟଗଡ଼ ଗଜପତି ତା 18/05 ରାୟଗଡ଼ ତହସିଲ ପକ୍ଷରୁ ରାଜସ୍ଵ ରଥ ଦ୍ୱାରା ଗାଁ ଗାଁରେ ବୁଲି ଘର ଦ୍ଵାରରେ ରାଜ୍ୟ ସରକାରଙ୍କ ସେବା ଯୋଗାଇ ଦେବା କାର୍ଯ୍ୟକ୍ରମ ଆଜି ରାୟଗଡ଼ ତହସିଲଦାର ମୋହଦୟା ସୁଶ୍ରୀ ଲୀଳାବତୀ ଆଚାର୍ଯ୍ୟ ଙ୍କ ଦ୍ଵାରା ମାର୍ଲବା ପଂଚାୟତ ସଉରା ଗୁଡା ଗ୍ରାମ ଠାରୁ ପଟା ବଣ୍ଟନ ଶୁଭାରମ୍ଭ ହୋଇ ସାନ ତୁଣ୍ଡି ପଂଚାୟତ ପରିସଲ,

ଚମ୍ପାପୁରୁ, କରଡା ସିଙ୍ଗି ପଦ୍ମପୁରୁ, ଗଣ୍ଡାହାତି ପଂଚାୟତ ଆଶ୍ରିବାଦ ନଗର ଯାଏ ପଟା ବଣ୍ଟନ କରାଯାଇଥିଲା l ସମୁଦାୟ ତିରିଶିଗୋଟି ପଟା ବଣ୍ଟନ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଚିତ୍ତ ରଞ୍ଜନ ଦାସ, ରାୟଗଡ଼ ରାଜସ୍ଵ ନିରୀକ୍ଷକ ହରିଚନ୍ଦ୍ର ରଇତ,ଗଣ୍ଡାହାତୀ ରାଜସ୍ୱ ନିରୀକ୍ଷକ ବନଜା ପାଢ଼ୀ, ଜଗନ୍ନାଥ ଭୂୟାଁ ଉପସ୍ଥିତ ଥିଲେ l ( ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version