ନୟାଗଡ ଟାଉନ ଥାନା ପୋଲିସକୁ ଆଉ ଏକ ସଫଳତା : ବ୍ରାଉନ ସୁଗାର ବେପାର କରୁଥିବା ୨ ଜଣ ବେପାରୀ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ନୟାଗଡ :- ନୟାଗଡ ଟାଉନ ଥାନା ପୋଲିସକୁ ଆଉ ଏକ ସଫଳତା ଆଜି ସକାଳୁ ନୟାଗଡ ଟାଉନ ରେଳ ଷ୍ଟେସନ ଠାରେପାଖାପାଖି ସକାଳ ୯ ଘଣ୍ଟା ସମୟରେ ଖୋର୍ଦ୍ଧା ନାଲିପଦର ଅର୍ଜୁନପୁର ଗ୍ରାମର ସିଦ୍ଧାର୍ଥ ନାୟକ (24), ପୁବୁସାହିର ପ୍ରକାଶ ନାୟକ (26)ବ୍ରାଉନ ସୁଗାର ବେପାର କରୁଥିବାବେଳେ

ଟାଉନ ଥାନା ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରବା ସହ ସେମାନଙ୍କ ଠାରୁ 55ଟି ପୁଡିଆ ଯାହା ଓଜନରେ 4 ଗ୍ରାମ 310 ମିଲିଗ୍ରାମ ଜବତ କରାଯିବାସହ ପୋଲିସ ପକ୍ଷରୁ ୧0୩/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଟାଉନ ଥାନା ଆଇ.ଆଇ.ସି ଜୟଦ୍ବୀପ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version