ମିନି ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ହିଞ୍ଜିଳିକାଟୁ :- ବୁଧବାର ରାତି ପ୍ରାୟ ସାଢେ ୨ଟାରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ପୋଡ଼ିଙ୍ଗି- ରାମଚନ୍ଦ୍ରପୁର ଗ୍ରାମ ମଧ୍ୟବର୍ତି ରାସ୍ତାରେ ଏକ ମିନି ଟ୍ରକ (ଓଡ଼ି୦୭ଡ଼ି ୯୬୩୦) ପଛକୁ ପିକଅପ ଭ୍ୟାନ (ଓଡ଼ି୦୨ବିକ୍ୟୁ ୮୮୫୬)ଧକ୍କା ଦେଇଥିଲା । ଦୂର୍ଘଟଣାରେ ପିକଅପ ଭ୍ୟାନର ହେଲପର ଗୁରୁତର ଆହତ ହୋଇଥିବା ବେଳେ ଭ୍ୟାନର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ଗୁରୁତର ଜଣକ ବ୍ରହ୍ମପୁର ବଡ଼ ବଜାର ଥାନା ଗେଟବଜାର ଅଂଚଳର ପି. କ୍ରିଷ୍ଣା ରାଓ (୩୪) । ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ସାଢେ ୨ଘଂଟା ସମୟରେ ଆସିକା ଠାରୁ ବ୍ରହ୍ମପୁର ଯାଉଥିବା ମିନିଟ୍ରକଟି ଶୌଚ କରିବା ସକାଶେ ଗାଡ଼ି

ଚାଳକ ପୋଡ଼ିଙ୍ଗି- ରାମଚନ୍ଦ୍ରପୁର ଗ୍ରାମ ମଧ୍ୟବର୍ତି ରାସ୍ତାରେ ଗାଡ଼ିକୁ ରଖିଥିଲେ । ଏହି ସମୟରେ ସମଦିଗରେ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍ରେ ଥିବାେ ମିନିଟ୍ରକ ପଛକୁ ଧକ୍କା ଦେଇଥିଲା । ଦୂର୍ଘଟଣା ଘଟାଇ ଭ୍ୟାନ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ମିନିଟ୍ରକ ଚାଳକଙ୍କ ସହାୟତାରେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖା ହେବା ସୁଦ୍ଧା ଏ ନେଇ ହିଞ୍ଜିଳି ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।  (ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version