ଶିମିଳିପୁର ସେବା ସମବାୟ ସମିତି ପକ୍ଷରୁ ରବି ଧାନମଣ୍ଡି ଖୋଲିଲା

ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର ) ବାଙ୍କୀ :-  ଶିମିଳିପୁର ସେବାସମବାୟ ସମିତି ତରଫରୁ ଧାନମଣ୍ଡି କୋଭିଡ ନିୟମ ରେ ଶାରୀରିକ ଦୂରତା ରେ ଖୋଲାଯାଇଛି । ଏହାକୁ ପୂର୍ବତନ ସଭାପତି ମଦନ ମୋହନ ସ୍ବାଇଁ ଉଦ୍‌ଘାଟନ କରିଥିଲେ ।

ଆଜି ପ୍ରଥମ ଦିନରେ ସେବାସମବାୟ ସମିତି ତରଫରୁ ୨୦ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବା ସହିତ ୧୦୦୦କ୍ୱିଣ୍ଟାଲ୍ ରବିଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏହି ମଣ୍ଡିରେ ଧାନ ଦେବାପାଇଁ ୧୫୨ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଛନ୍ତି । ସମିତି ସଂପାଦକ ଫକୀର ନାୟକଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  (ରିପୋର୍ଟ ଗୌତମ ମିଶ୍ର )

Exit mobile version