ପ୍ରଶାସନିକ ଅଧିକାରୀ ଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରସ୍ତ

ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର ) ବାଙ୍କୀ :- କଟକ ସାଂସଦ ଭତୃହରି ମହତାବ ଙ୍କ ଜିଲ୍ଲା ପ୍ରଶାସନ ସହ କରୋନା ସ୍ଥିତି ସମ୍ପର୍କରେ ବୈଠକ ପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ନିର୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟୀକା ପ୍ରଦାନ କେନ୍ଦ୍ର କୁ ଆଜି ଗ୍ରସ୍ତ କରିଥିଲେ। ସାଂସଦ ମହତାବ ଗ୍ରାମାଞ୍ଚଳରେ କିପରି ଟିକା କରଣ ଅନଲାଇନ ମାଧ୍ୟମରେ କରାଯିବ ସେଥିପାଇଁ ଗୁରୁତ୍ୱ ଉକ୍ତ ବୈଠକରେ ଦେଇଥିଲେ ପ୍ରଶାସନ ଉକ୍ତ କାର୍ଯ୍ୟ କୁ ୭ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ଆଜି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ବାଙ୍କୀ ଉପଖଣ୍ଡ ଚିକିତ୍ସାଲୟ ପକ୍ଷରୁ ଟିକା ପ୍ରଦାନ କରାଯାଉଥିବା ବାଙ୍କୀ ମହାବିଦ୍ୟାଳୟ କେନ୍ଦ୍ର,

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡମପଡା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗ୍ରସ୍ତ କରି ସେଠାରେ କିପରି ଟିକା ପ୍ରଦାନ କାର୍ଯ୍ୟ ଚାଲୁଛି ତାହା ତନଖି ଥିଲେ।ଡମପଡା ତହସିଲଦାର କ୍ଷୀଟିଶ ବେହେରା ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଳବସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାଙ୍କୀ ବ୍ଲକ ବିଡ଼ିଓ ପ୍ରଦୀପ୍ତ କୁମାର ଶତପଥୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୪ଜଣିଆ ଟେକନିକାଲ ପ୍ରତିନିଧି ଦଳକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି ଅନଲାଇନ ମାଧ୍ୟମରେ ଟିକା କରଣ ପଞ୍ଜିକରଣ କରଣ କରା ଯାଇଛି ତାହା ଦେଖିବା ସହ ଟେକନିକାଲ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ କେନ୍ଦ୍ର ର କମ୍ପୁଟର କର୍ମଚାରୀ ଙ୍କୁ କିପରି ସରଳ ରେ କାର୍ଯ୍ୟ କରିହେବ ସେ ସମ୍ପର୍କରେ ବୁଝାଇ ଥିଲେ ।  (ରିପୋର୍ଟ ଗୌତମ ମିଶ୍ର )

Exit mobile version