‘ତାଲାବନ୍ଦ’ସମୟରେ ମଦ ଘରେ ପହଂଚାଇବା ନିଷ୍ପତିକୁ ବିରୋଧ

ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର )କୋରାଇ :- କରୋନା ମହାମାରୀର ୨ୟ ଲହର ଏବେ ରାଜ୍ୟରେ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିରେ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକେ ଆକ୍ରାନ୍ତ ହେଉଥିଲା ବେଳେ ମରୁଛନ୍ତି ମଧ୍ୟ ଅନେକ । ଏପରି ବିପଦ୍‌ଜନକ ସ୍ଥିତି ଦେଇ ରାଜ୍ୟ ଗତି କରୁଥିଲା ବେଳେ ଓଡିଶା ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏହି ‘ତାଲାବନ୍ଦ’ ସମୟରେ ମଦ୍ୟପଙ୍କ ସୂଚନା କ୍ରମେ (ଯେଉଁପ୍ରକାର ମଦ ଅନଲାଇନ ବୁକକିଂ କଲେ) ସ୍ୱୀକୃତି ପ୍ରାପ୍ତ ବିକ୍ରେତା ବା ଭେଣ୍ଡରଙ୍କ ଦ୍ୱାରା ଘରେ ଘରେ ମଦ ଯେଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଭଳି ନିଷ୍ପତିକୁ ବୁଦ୍ଧିଜୀବ ମହଲରେ ତୀବ୍ର ନିନ୍ଦ କରାଯିବା ସହ ଏହାକୁ ତୁରନ୍ତ ପ୍ର୍ତ୍ୟାହାର କରାଯିବାକୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାଜନ ପକ୍ଷରୁ ଦାବିକରାଯାଇଛି । ‘ତାଲାବନ୍ଦ’ସମୟରେ ଲୋକମାନେ ବିଶେଷକରି ଘରେ ରହୁଛନ୍ତି ।

ଏଥିରୁ ଅନେକ ମଧ୍ୟ ମଦପାନ କରୁଥିବା ବ୍ୟକ୍ତି ଅଛନ୍ତି । ସରାକାରଙ୍କ ପକ୍ଷରୁ ମଦ ଭେଣ୍ଡର ବା ସ୍ୱୀକୃତି ପ୍ରାପ୍ତ ବିକ୍ରେତାଙ୍କ ଜରିଆରେ ମଦ୍ୟପଙ୍କ ସୂଚନାକ୍ରମେ (ଅନଲାଇନରେ ବୁକିଂ କଲେ) ଘରେ ଘରେ ମଦଯୋଗାଣ ବ୍ୟବସ୍ଥା କରାଯିବା ଦ୍ୱାରା ମଦ୍ୟପ ବ୍ୟକ୍ତିମାନେ ଘରେରହି ମଦ୍ୟପାନ କରି ନିଶାଶକ୍ତ ହେବେ । ଯାହାଦ୍ୱାରାକି ଘରେ ନନାଦି ବିଶୃଙ୍ଖଳା ହେବା ସହ ଗାଁରେ ମଧ୍ୟ ଚୋରି, ନାରୀ ଭଳି ଅନେକ ଅମାନବୀୟ ସ୍ଥିତ ନିଶାଶକ୍ତ ବ୍ୟକ୍ତିଙ୍କ ଦ୍ୱାରା ସୃଷ୍ଟିହେବା ସମ୍ଭାବନା ରହିଛି । ଏବେ ରାଜ୍ୟରେ କରୋନାର ଭୟାଭହତା ଦୃଷ୍ଟିରୁ ଓ ଗ୍ରାମାଂଚଳରେ ଆଇନି ଶୃଙ୍ଖଳା ପରିସ୍ଥିତକୁ ନଜରରେ ରଖି ଘରେ ଘରେ ମଦଯୋଗଣ ଭଳି ନିନ୍ଦନୀୟ ଜନସ୍ୱାର୍ଥ ବିରୋଧି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହର କରିବା ଲାଗି ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ ପକ୍ଷରୁ ବରିଷ୍ଠ ସଦସ୍ୟ ଭୁବନମୋହନ ମହାନ୍ତି ଓ ବିଶିଷ୍ଠ ଶିକ୍ଷାବିତ ତଥା ସାହିତ୍ୟିକା ବ୍ରଜେଶ୍ୱରୀ ସିଂହ ପ୍ରମୁଖ ବହୁବୁଦ୍ଧିଜୀବୀ ମାନ୍ୟବର ମୁଖ୍ୟମବୀଙ୍କୁ ବିନମ୍ର ନିବେଦନ କରିଛନ୍ତି । ( ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ ) 

Exit mobile version