ସ୍ଲଗ-ରାଇରଙ୍ଗପୁର ଅବକାରୀ ବିଭାଗର ଚଢାଉ ; ବ୍ୟାପକ ବେଆଇନ ମଦ ଜବତ ସହ ଦୁଇ ଗିରଫ ଜଣେ ଅଟକ

ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର ) ରାଇରଙ୍ଗପୁର :- ମୟୁରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଚୋରା ମଦ କାରବାର ଆହେତୁକ ବୃଦ୍ଧି ପାଉଛି । ଲକ ଡାଉନମଦ ମାଫିଆଙ୍କ ପାଇଁ ଆଣି ଦେଇଛି ପୁଷ ମାସ । ରାସ୍ତାଘାଟ ଶୂନଶାନ,ପୋଲିସ ଚେକିଂ ଜୋରଦାର । ଏଭଳି ଏକ ଜିତୀୟ ବିପତ୍ତି ସମୟରେ କରୋନା ମହାମାରୀ ଆବାଳ ବୃଦ୍ଧ ବନିତା କାହାରିକୁ ଛାଡୁ ନାହିଁ । ଅକାଳରେ ଝଡି ଯାଉଛି ମୂଲ୍ଯବାନ ଜୀବନ । କଅଁଳ ବୟସରେ ବିଧବା ହେଉଛି ମହିଳା । ଏଭଳି ଦୁଖଦ ସମୟରେ ମଦ ମାଫିଆମାନେ ନିଜର ମଦ ସାମ୍ରାଜ୍ଯକୁ ସହରରୁ ଗାଁକୁ ପହଞ୍ଚାଇଲେଣି । କରୋନା ଯେମିତି ଗାଁ ମୁହାଁ ହୋଇଛି । ମଦ ମାଫିଆମାନେ ଏବେ ଗାଁ ମୁହାଁ ହୋଇଛନ୍ତି ।

 ବେଆଇନ ମଦ କାରବାର କରି ଗାଁର ଟୋକା ମାନଙ୍କୁ ସର୍ବନାଶ କରି ଦେଲେଣି । ଘରେ ଘରେ ମାରପିଟ୍,ଗଣ୍ଡଗୋଳ ଅଶାନ୍ତ ବଳୟ ସୃଷ୍ଟି ହୋଇଛି । ଅଳ୍ପ ହାତ ଗଣତି କେତେଜଣ କର୍ମଚାରୀ ଧରି ଅବକାରୀ ବିଭାଗ ଵିଶାଳ ବାମନଘାଟୀ ଉପଖଣ୍ଡରେ କେତେଦୂରବା ଗତିଶୀଳ ହେବ! ଗୋଳିଆ ପାଣି ସୁହାଇଛି ମଦମାଫିଆଙ୍କୁ । ବଡ ବଡ ଧଳା ମଦ ମାଫିଆମାନେ ଏହି ଲକ୍ ଡାଉନର ସୁଯୋଗ ଦେଖି ଗାଁ ଗଣ୍ଡାରେ ବେକାର ଟୋକାମାନଙ୍କୁ ପ୍ରଲୋଭିତ କରି ମଦ ବେଆଇନ ମଦ କାରବାର କରାଉଛନ୍ତି । ସୂଚନାଯୋଗ୍ଯ ଯେ ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୌଣସି ସୂତ୍ରରୁ ଖବର ପାଇ ବିଜାତଳା ବ୍ଲକର ଚମ୍ପାହୁଦା ଗ୍ରାମର ବୁଧେଶ୍ବର ବିନ୍ଧାଣି(୩୨) ଘରେ ଚଢାଉ କରିଥିଲେ ।

ବୁଦ୍ଧେଶ୍ବର ନିଜ ପାଇଖାନା ଘରେ ବହୁ ପରିମାଣର ଵିଦେଶୀ ମଦ ୧୮.୬୧୫ ଲି ଏବଂ୩୧.୨୦ଲି ବିୟର ଲୁଚାଇ ରଖିଥିଲା ।ଅବକାରୀ ବିଭାଗ ଜବତ କରିବା ସହ ତାଙ୍କ ନାମରେ ମାମଲା କେଶ ନଂ ୨୩/୨୧ ରୁଜୁ କରିଥିଲା । ସେହିଭଳି ରାଇରଙ୍ଗପୁର ଟାଉନ ଥାନା ଅନ୍ତ୍ରଗତ କଲରଦା ଗ୍ରାମର ଚନ୍ଦ୍ର ମୁର୍ମୁଙ୍କ ଭୂଷା ଦୋକାନରେ ଚଢାଉ କରି୧୦ଲି ଦେଶୀ ମଦ ଜବତ କରିଥିଲେ ତାଙ୍କ ନାମରେ ମଧ୍ଯ ୨୪/୨୧ କେଶ ମାମଲା ରୁଜୁ କରାଯାଇ ଅବକାରୀ କାର୍ଯ୍ଯାଳୟରେ ଅଟକ ରଖାଯାଇଛି । ଅବକାରୀ ବିଭାଗ ଓଆଇସି ହରିହର ସିଂଙ୍କ ନେତୃତ୍ବରେ କରାଯାଇଥିଲା ।    (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Exit mobile version