ଟାଟା ମ୍ୟାଜିକ ଗାଡ଼ି ଓଲଟି ୪ ଆହତ

ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର ) କଳାହାଣ୍ଡି :- ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ରାସ୍ତାର ଖକ୍ସି ଘାଟିରେ ଏକ ଟାଟା ମ୍ୟାଜିକ (ଓଡି ୦୮ଏ-୪୪୩୫) ଗାଡ଼ି ଓଲଟି ପଡିବାରୁ ୪ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ମୂଷାନାଳଠାରୁ ଭବାନୀପାଟଣା ସଂଯୋଗ କରୁଥିବା

ପ୍ରଧାନମନ୍ତ୍ରୀ ରାସ୍ତାରେ ଏହି ଟାଟା ମ୍ୟାଜିକ ଗାଡ଼ି ଭବାନୀପାଟଣା ଠାରୁ କିଛି ଯାତ୍ରୀଙ୍କୁ ନେଇ ମୂଷାନାଳ ଅଭିମୁଖେ ଆସୁଥିବା ବେଳେ ଖକ୍ସି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଗାଡ଼ି ଡ଼୍ରାଇଭର ସହ ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ । ଖକ୍ସି ଗାଁର ଲୋକେ ଖବର ପାଇ ଆହତ ଲୋକମାନଙ୍କୁ ଗାଡ଼ିରୁ ଉଦ୍ଧାର କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version