ରାୟଗଡର ସାମ୍ବାଦିକ ମାନଙ୍କୁ ଦିଆଗଲା କରନା ଟୀକା

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ରାୟଗଡ଼ :- ସାରା ଦେଶରେ କରୋନାର ଦ୍ବିତୀୟ ଲହର ଜାରି ରହିଥିଲା ବେଳେ ସରକାର ସାମ୍ବାଦିକ ମାନଙ୍କୁ ମଧ୍ୟ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ବିଳମ୍ବରେ ହେଲେ ମଧ୍ୟ ରାୟଗଡ ବ୍ଲକର ସାମ୍ବାଦିକ ମାନଙ୍କୁ ଦିଆଯାଇଛି କରୋନା ଟୀକା । ଅନେକ ଦିନ ହେବ ରାୟଗଡ ବ୍ଲକ ସାମ୍ବାଦିକ ମାନେ ଟୀକା ପାଇ ଦାବି କରି ଆସୁଥିଲେ ।

ଏନୋସ୍ ସ୍ୱାଲସିଂ, ବି କୃଷ୍ଣ ଚନ୍ଦ୍ର ପାତ୍ର, ସଂଜୀବ କୁମାର ପାଣି, ପ୍ରମୁଖ ତିରିଶ ମିନିଟ ପର୍ଯ୍ୟନ୍ତ ଡକ୍ଟର ୟୁ ଗିରିଜାପତିଙ୍କ ପ୍ରତଖ୍ୟ ତତ୍ୱାବଧାନରେ ବସି ରହିଥିଲେ ଓ ସମସ୍ତେ ସୁସ୍ତ ଅନୁଭବ କରି ଘରକୁ ଫେରି ବିଶ୍ରାମ ନେଇଥିଲେ। ଅନ୍ୟ ସାମ୍ବାଦିକମାନେ ଅନୁପସ୍ଥିତ ଥିବାରୁ ଆଗାମୀ ଦିନରେ ସେମାନେ ଟୀକା ନେବେ ବୋଲି ଜଣାପଡିଛି। (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version