ଅଜଣା ଗାଡ଼ି ଧକ୍କାରେ ଯୁବକର ଡାହାଣ ଗୋଡ଼ ଭାଙ୍ଗିଲା

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) କଟକ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ର ବମ୍ଫକୁଦ ନିକଟରେ, ମଙ୍ଗଳବାର ସକାଳ ୬ଟା ସମୟରେ ,ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହେବା ସହିତ ତାଙ୍କର ଗୋଟିଏ ଗୋଡ ଭାଙ୍ଗିଯାଇଛି ।ଦୁର୍ଘଟଣାରେଆହତ ଯୁବକ ଜଣକ ହେଲେ କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ,ପୁରୁଣା କାଚରାମାଳ ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ଜେନା (ଗେଟ) ।

ସେ କଣଣ୍ଟୋ୍ଲ ଚାଉଳ ଆଣିବା ପାଇଁ ତେଲେଙ୍ଗାପେଣ୍ଠ ଯାଇଥିଲେ । ଚାଉଳ ନମିଳିବାରୁ ସେ ସାଇକେଲ ଯୋଗେ ଫୁଲନଖରାର ପୁରୁଣା କାଚରାମାଳ ଗ୍ରାମକୁ ଫେରୁଥିଲେ । ବମ୍ପଂକୁଦ ନିକଟସ୍ଥ ଦେବତା ଗଡା ପାଖରେ, କଟକରୁ ଭୁବନେଶ୍ୱର ଅଭିମୁଖେ ଦୃତଗତୀରେ ଯାଉଥିବା, କୌଣସି ଏକ ଗାଡ଼ି ପଛରୁ ଯୋରରେ ଧକ୍କା ଦେଇ ପଳାଇଥିଲା ।

ଏହି ଧକ୍କା ଫଳରେ ତାଙ୍କର ଡାହାଣ ଗୋଡ଼ର ଆଣ୍ଠୁ ପାଖରୁ ହାଡ଼ ଭାଙ୍ଗିଯିବା ସହିତ ସାଇକେଲ ଟି ଭିଙ୍ଗିରୁଜି ଯାଇଛି । ଆହତ ପୂର୍ଣ୍ଣ କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଦେଖି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଏକ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଚିକିସ୍ଚା ପାଇଁ ଆହତ ପୁର୍ଣକୁ କଟକ ଏସିବି କୁ ପଠାଇଥିଲ ।   ( ରିପୋର୍ଟ ଅମୂଲ୍ୟ କୁମାର ବାରିକ ) 

Exit mobile version