ମୋଗଲିକ୍ସ ପକ୍ଷରୁ ୧୨୦ ନିୟୁତ ପାଣ୍ଠି ହାସଲ, ମୂଲ୍ୟାଙ୍କନ ୧ ବିଲିଅନ୍ ଡଲାର୍କୁ ବୃଦ୍ଧି ପାଇବା ସହ ୟୁନିକର୍ଣ୍ଣ କ୍ଲବ୍ରେ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ମଇ ,ବୁଧବାର ) ଭୁବନେଶ୍ୱର :- ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରଥମ ଶିଳ୍ପ ବି୨ବି କମର୍ସ ପ୍ଲାଟ୍ଫର୍ମ ଭାବେ ଏକ ୟୁନିକର୍ଣ୍ଣରେ ପରିଣତ ହୋଇ ମୋଗଲିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଂଚିଛି । ସଦ୍ୟତମ ୧୨୦ ନିୟୁତ ଡଲାର୍ର ସିରିଜ୍ ଇ ପାଣ୍ଠି ପର୍ଯ୍ୟାୟରେ କଂପାନିର ମୂଲ୍ୟ ୧ ବିଲିଅନ୍ ଡଲାର୍ ହୋଇଥିବା କୁହାଯାଉଛି । ସଦ୍ୟତମ ନିବେଶର ନେତୃତ୍ୱ ନେଇଥିଲେ ଫାଲ୍କନ୍ ଏଜ୍ କ୍ୟାପିଟାଲ୍ ଓ ହାଭାର୍ଡ ମ୍ୟାନେଜ୍ମେଣ୍ଟ କଂପାନି (ଏଚ୍ଏମ୍ସି) । ଏହି ପର୍ଯ୍ୟାୟ ପାଣ୍ଡି ହାସଲରେ ପୁରୁଣା ନିବେଶ ଯଥା ଟାଇଗର୍ ଗ୍ଲୋବାଲ୍, ସେକୋଇଆ କ୍ୟାପିଟାଲ୍ ଇଣ୍ଡିଆ ଓ ଭେଞ୍ଚର୍ ହାଇୱେ ଅଂଶଗ୍ରହଣ କରିଥିଲେ । ମୋଗଲିକ୍ସ ହେଛି ଶିଳ୍ପ ଓ ଏମ୍ଆର୍ଓ ପ୍ରକ୍ୟୁର୍ମେଣ୍ଟରେ ସ୍ପଷ୍ଟ ଭାବେ ପ୍ରଥମ-ସଂସ୍ଥାର ଲାଭ ସହିତ ଭାରତର ବୃହତ୍ତମ ଓ ଦ୍ରୁତ ଅଭିବୃଦ୍ଧିଶୀଳ ବି୨ବି କମର୍ସ ପ୍ଲାଟ୍ଫର୍ମ । କଂପାନି ମାନୁଫାକ୍ଚରିଂ ପାଇଁ ଏକ ଅପରେଟିଂ ସିଷ୍ଟମ୍ ଗଠନ କରିଛି ଯାହା ଗ୍ରାହକମାନଙ୍କୁ ପ୍ରକ୍ୟୁରମେଣ୍ଟ ଠାରୁ ଆରମ୍ଭ କରି ପ୍ୟାକେଜିଂ, ଯୋଗାଣ ଶୃଙ୍ଖଳ ଫାଇନାନ୍ସିଂ ଏବଂ ଉଚ୍ଚ ସମନ୍ୱିତ ସଫ୍ଟଓୟାର୍ ଭଳି ଏକ ସମ୍ପୂର୍ଣ୍ଣ ଫୁଲ୍ ଷ୍ଟାକ୍ ସେବା ପ୍ରଦାନ କରୁଛି । ରାହୁଲ ଗର୍ଗ, ପ୍ରତିଷ୍ଠାତା ଓ ସିଇଓ, ମୋଗଲିକ୍ସ କହିଛନ୍ତି ଯେ, “ଭାରତୀୟ ମାନୁଫାକ୍ଚରିଂ କ୍ଷେତ୍ରରେ ପହଂଚି ହୋଇନଥିବା ସୁଯୋଗ ହାସଲ କରିବା ପାଇଁ ପୂର୍ଣ୍ଣ ବିଶ୍ୱାସ ନେଇ ଛଅ ବର୍ଷ ତଳେ ଆମେ ଯାତ୍ରା ଆରମ୍ଭ କରିଥିଲୁ । ରତନ ଟାଟାଙ୍କ ଭଳି ବ୍ୟକ୍ତିତ୍ୱଙ୍କ ବିଶ୍ୱାସ ଓ ଭାରତରେ ଏକ ୧ ଟ୍ରିଲିଅନ୍ ମାନୁଫାକ୍ଚରିଂ ସୃଷ୍ଟି କରିବାରେ ସହାୟକ ହେବା ପାଇଁ ଲକ୍ଷ୍ୟ ଆମ ପାଖରେ ଥିଲା । ଆଜି, ଆମେ ଯେତେବେଳେ ଆମ ଅଭ୍ୟୁଦୟର ପରବର୍ତୀ ପର୍ଯ୍ୟାୟରେ ପହଂଚିଛୁ, ଆମେ ଭାବୁଛୁ ଯେ ଏହି ପାଣ୍ଠି ମାଇଲଖୁଣ୍ଟ ହେଉଛି ଆମ ନବସୃଜନ ଓ ବିବର୍ତନ ଯାତ୍ରାର ପ୍ରତିଫଳନ । ଏହି ଅଭାବନୀୟ ସମୟରେ ଦେଶରେ ଏକ ନିୟୁତରୁ ଅଧିକ ଲୋକଙ୍କ ମଧ୍ୟରେ ଅକ୍ସିଜେନ୍ କନ୍ସେଂଟ୍ରେଟର୍ର ପ୍ରଭାବଶାଳୀ ବିତରଣ ଏବଂ ବଣ୍ଟନ ନେଇ ରହିଥିବା ଆହ୍ୱାନର ସମାଧାନ ପାଇଁ ସହାୟତା ପ୍ରଦାନ କରିବା ଲାଗି ଆମେ ଆମର ସହାୟତା ଓ ଭିନ୍ନ ଚିନ୍ତାଧାରା ପ୍ରଦାନ କରୁଛୁ । ବିଶ୍ୱସ୍ତରରେ, ୨୦ରୁ ଅଧିକ ଦେଶରେ ପିପିଇର ଯୋଗାଣ ଶୃଙ୍ଖଳ ଓ ବିତରଣ କ୍ଷେତ୍ରରେ ଆମେ ଚଳିତ ବର୍ଷ ଓ ଗତବର୍ଷ ପ୍ରମୁଖ ଭୂମିକା ନିର୍ବାହ କରିଥିଲୁ । ଆମେ ବହୁତ ଖୁସି ଯେ ଆମର ଏହି ଯାତ୍ରାରେ ଫାଲ୍କନ୍ ଏଜ୍ କ୍ୟାପିଟାଲ୍ ଓ ହାର୍ଭାର୍ଡ ମ୍ୟାନେଜମେଣ୍ଟକଂପାନି (ଏଚ୍ଏମ୍ସି) ଆମର ସହଯୋଗୀ ହୋଇଛନ୍ତି ।
ମଧ୍ୟପ୍ରାଚ୍ୟ ଓ ୟୁରୋପରେ ଗଭୀର ଭାବେ ଜଡ଼ିତ ଓ ପବ୍ଲିକ୍ କଂପାନିଗୁଡ଼ିକୁ ବୁଝିବା ଆମକୁ ଆମ ଯାତ୍ରାର ପରବର୍ତୀ ପର୍ଯ୍ୟାୟରେ ଆମର ମାର୍ଗଦର୍ଶନ କରିବ । ଏହି ଅବସରରେ ନବରୋଜ ଡି ଉଡ୍ୱାଡିଆ, ସହ ପ୍ରତିଷ୍ଠାତା, ଫାଲ୍କନ୍ ଏଜ୍ କ୍ୟାପିଟାଲ୍ କହିଛନ୍ତି ଯେ, “ଅନ୍ଲାଇନ୍ ଏମ୍ଆର୍ଓ ପ୍ଲାଟ୍ଫର୍ମରେ ନିବେଶ କରିବାର ଆମର ବିଶ୍ୱସ୍ତରୀୟ ଅଭିଜ୍ଞତାକୁ ନେଇ ଆମେ କିଛି ବର୍ଷ ମୋଗ୍ଲିକ୍ସର ଅନୁଧ୍ୟାନ ଓ ଅନୁଶୀଳନ କରିଥିଲୁ । ରାହୁଲ ଯିଏ ଜଣେ ପ୍ରଥମ ପଦକ୍ଷେପ ଗ୍ରହଣକାରୀ, ସେବା ପାଇବାରୁ ବଂଚିତ ହେଉଥିବା କଂପାନିଗୁଡ଼ିକ ଲାଗି ତାଙ୍କର ଫୁଲ୍ ଷ୍ଟାକ୍ ସମାଧାନ ଏବଂ ଦୃଢ଼ ୟୁନିଟ୍ ଅର୍ଥନୀତି୍କୁ ଆଗକୁ ବଢ଼ାଇବାରେ ତାଙ୍କର ଦକ୍ଷତା ଉପର ଆମର ପୂର୍ଣ୍ଣ ବିଶ୍ୱାସ ରହିଛି । ମୋଗଲିକ୍ସର ନିର୍ଦ୍ଦିଷ୍ଟ ଗ୍ରାହକ ମୂଲ୍ୟ ସ୍ଥିତି ଏବଂ ଆର୍ଓଆଇ ଏହାର ଉଲ୍ଲେଖନୀୟ ଗ୍ରାହକ ଓ ରାଜସ୍ୱ ଧରି ରଖିବା ସଂଖ୍ୟାରେ ସ୍ପଷ୍ଟ ପ୍ରତିଫଳିତ । ଆମର ବିଶ୍ୱାସ ରହିଛି ଯେ ଆଗକୁ ବଢ଼ିବା ଲାଗି ମୋଗଲିକ୍ସ ଏବେ ଭଲ ସ୍ଥିତିରେ ରହିଛି ଓ କଂପାନିକୁ ଏହାର ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧିରେ ସହାୟତା ପ୍ରଦାନ କରୁଥିବାରୁ ଆମେ ରୋମାଂଚିତ ।’’ ଟାଇଗର୍ ଗ୍ଲୋବାଲ୍ ଯାହା ୨୦୧୯ ସିରିଜ୍ ଡି ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲା ତାହା ସଦ୍ୟତମ ପର୍ଯ୍ୟାୟରେ ନିବେଶ କରିଛି । ସ୍କଟ୍ ସ୍ଲିଫର, ପାର୍ଟନର୍, ଟାଇଗର୍ ଗ୍ଲୋବାଲ୍ ମ୍ୟାନେଜ୍ମେଣ୍ଟ କହିଛନ୍ତି ଯେ, “ଆମେ ଟିମ୍, ବଜାର ସୁଯୋଗ ଏବଂ ନବସୃଜନ ଧାରା ଜାରି ରହିଥିବାକୁ ନେଇ ବହୁତ ଉତ୍ସାହିତ । ମୋଗଲିକ୍ସ ହେଉଛି ବଜାରରେ ଅଗ୍ରଣୀ ଓ ଆମେ ଆଶା କରୁଛୁ ଯେ ପୁଂଜିରେ ଅଧିକ ରିଟର୍ଣ୍ଣ ସହ ସେମାନେ ଦ୍ରୁତ ଗତିରେ ଆଗକୁ ବଢ଼ିବେ ।’’ ଆଇଆଇଟି କାନପୁର ଓ ଆଇଏସ୍ବିର ଆଲୁମିନସ୍ ରାହୁଲ ଗର୍ଗଙ୍କ ଦ୍ୱାରା ୨୦୧୫ରେ ମୋଗଲିକ୍ସ ପ୍ରତିଷ୍ଠା ହୋଇଥିଲା । ଭାରତ, ସିଙ୍ଗାପୁର, ବ୍ରିଟେନ୍ ଓ ୟୁଏଇ ସାରାରେ ୫୦୦,୦୦୦ରୁ ଅଧିକ ଏସ୍ଏମ୍ଇ ଓ ୩୦୦୦ ମାନୁଫାକ୍ଚରିଂ ପ୍ଲାଣ୍ଟକୁ ମୋଗ୍ଲିକ୍ସ ସମାଧାନ ପ୍ରଦାନ କରୁଛି । ମୋଗଲିକ୍ସ ପ୍ଲାଟ୍ଫର୍ମ ଜରିଆରେ ହିରୋ ମୋଟୋକର୍ପ, ବେଦାନ୍ତ, ଟାଟା ଷ୍ଟିଲ୍, ୟୁନିଲିଭର୍ ଏବଂ ଏୟାର ଇଣ୍ଡିଆ ଓ ଏନ୍ଟିପିସି ଭଳି ପିଏସ୍ୟୁ ପରୋକ୍ଷ ଉପକରଣ ସଂଗ୍ରହ କରୁଛନ୍ତି ।
ମୋଗଲିକ୍ସ ପାଖରେ ୧୬,୦୦୦ରୁ ଅଧିକ ଯୋଗାଣକାରୀ, ୩୫ରୁ ଅଧିକ ଗୋଦାମ ଓ ଲଜିଷ୍ଟିକ୍ସ ଭିତ୍ତିଭୂମିର ଯୋଗାଣ ଶୃଙ୍ଖଳ ନେଟ୍ୱର୍କ ରହିଛି । www.moglix.com ମାର୍କେଟ୍ପ୍ଲେସ୍ରେ ୫୦୦,୦୦୦ରୁ ଅଧିକ ଏସ୍କେୟୁ ସହିତ ମୋଗଲିକ୍ସ ହେଉଛି ଶିଳ୍ପ ସାମଗ୍ରୀ ବର୍ଗରେ ଭାରତର ଅଗ୍ରଣୀ ଇ-କମର୍ସ ପ୍ଲାଟ୍ଫର୍ମ । ମୋଗଲିକ୍ସ ପାଖରେ ପୁରସ୍କାର ବିଜୟୀ ଚୁକ୍ତି ପରିଚାଳନା ଓ ବି୨ବି କମର୍ସ ପାଇଁ ସଫ୍ଟଓୟାର୍ ଉତ୍ପାଦର ସୁଟ୍ ରହିଛି । ବିଶ୍ୱସ୍ତରୀୟ ଏଫ୍ଏମ୍ସିଜି କଂପାନି ୟୁନିଲିଭର୍ ଏହି ପ୍ଲାଟ୍ଫର୍ମକୁ ବ୍ୟବହାର କରି ୭୦ରୁ ଅଧିକ ଦେଶ ପାଇଁ ବିଭିନ୍ନ ଉପକରଣରେ ବାର୍ଷିକ ୩୦ ବିଲିଅନ୍ ଡଲାର ବ୍ୟୟ କରୁଛି । ମୋଗଲିକ୍ସ ପକ୍ଷରୁ ନିକଟରେ ଯୋଗାଣକାରୀ ଓ ଉତ୍ପାଦନକାରୀମାନଙ୍କ ପାଇଁ ଏକ ଯୋଗାଣ ଶୃଙ୍ଖଳ ଫାଇନାନ୍ସିଂ ପ୍ଲାଟ୍ଫର୍ମ କ୍ରେଡିକ୍ସର ଶୁଭାରମ୍ଭ କରାଯାଇଛି ଏବଂ ଆଗାମୀ ବର୍ଷରେ ୧୦୦୦ କୋଟି ଟଙ୍କାର ଫାଇନାନ୍ସିଂ କରିବାକୁ ଆଶା ରଖିଛି । ସଦ୍ୟତମ ପର୍ଯ୍ୟାୟର ପାଣ୍ଠି ହାସଲ ସହିତ ମୋଗଲିକ୍ସ ହାସଲ କରିଥିବା ମୋଟ ପାଣ୍ଠି ୨୨୦ ନିୟୁତ ଡଲାର୍ରେ ପହଂଚିଛି । କଂପାନିରେ ଆସେଲ୍ ପାର୍ଟନର୍ସ, ଜଙ୍ଗଲ ଭେଞ୍ଚର୍ସ ଓ ଭେଞ୍ଚର୍ସ ହାଇୱେ ଆଗୁଆ ନିବେଶ କରିଥିଲେ । ମୋଗଲିକ୍ସ ଏହାର ପରବର୍ତୀ ପର୍ଯ୍ୟାୟରେ ଅଗ୍ରଣୀ ବିଶ୍ୱସ୍ତରୀୟ ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ୍ ଯଥା ଟାଇଗର୍ ଗ୍ଲୋବାଲ୍, ସେକୋଇଆ କ୍ୟାପିଟାଲ୍ ଇଣ୍ଡିଆ, ଇଣ୍ଟର୍ନ୍ୟାସ୍ନାଲ୍ ଫାଇନାନ୍ସ କର୍ପୋରେସନ ଓ କମ୍ପୋଜିଟ୍ କ୍ୟାପିଟାଲ୍ ଆଦି ଠାରୁ ନିବେଶ ହାସଲ କରିଛି । ୨୦୧୬ରେ ଟାଟା ସନ୍ସର ଚେୟାରମ୍ୟାନ୍ ଏମେରିଟସ୍ ଶ୍ରୀଯୁକ୍ତ ରତନ ଟାଟା ୨୦୧୬ରେ ଏହି ଷ୍ଟାର୍ଟଅପ୍ରେ ନିବେଶ କରିଥିଲେ । ଷ୍ଟାର୍ଟଅପ୍ ଓ ମାନୁଫାକ୍ଚରିଂ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତି ଯଥା ଫ୍ଲିପ୍କାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତୀ, ଜେକେ ଫେନର୍ର ଏମ୍ଡି ଶ୍ରୀଯୁକ୍ତ ବିକ୍ରମପତି ସିଂଘାଣିଆ ଓ ଗୁଗୁଲ୍ର ପୂର୍ବତନ ଅଧିକାରୀ ଶ୍ରୀଯୁକ୍ତ ଶୈଳେଶ ରାଓ ମୋଗଲିକ୍ସର ନିବେଶକ ହୋଇଛନ୍ତି ।