ଦ୍ଵିତୀୟ କୋଣାର୍କ  ହେବ ଶିଳ୍ପୀ ରଘୁନାଥଙ୍କୁ  ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ମଇ ,ବୁଧବାର ) ଭୁବନେଶ୍ୱର :- ସାକ୍ଷୀଗୋପାଳର ନିର୍ଦ୍ଧାରିତ ସ୍ଥାନରେ ଓଡ଼ିଶାର ସ୍ଥପତି, ଶିଳ୍ପୀ ଏବଂ ସରକାରଙ୍କ ମିଳିତ ସହଯୋଗରେ ପଦ୍ମବିଭୂଷଶ ରଘୁନାଥ ମହାପାତ୍ରଙ୍କ ସ୍ବପ୍ନର ଦ୍ବିତୀୟ କୋଣାର୍କ ନିର୍ମାଣ କରାଯାଇ ପାରିଲେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି  । ଗ୍ରୁପ ଖଲିକୋଟିଆନ ଆନୁକୂଲ୍ୟରେ ଗତ ସଂଧ୍ୟାରେ  ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ମାନେ ଅଂଶ ଗ୍ରହଣ କରି ସ୍ଥାପତ୍ୟ କଳାରେ

ଅନନ୍ୟ ପ୍ରତିଭାର ଅଧିକାରୀ , ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧା ନିବେଦନ କରିଥିଲେ । ଡ.ଅଲେଖ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଜଗଦୀଶ କାନୁନଗୋ ରଘୁ ବାବୁଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଏବଂ ଜଗନ୍ନାଥଙ୍କ ପ୍ରତି ଅଟଳ ଭକ୍ତି ତାଙ୍କ ସଫଳତାର ରହସ୍ୟ ବୋଲି କହିଥିଲେ ।

ଜାତୀୟ ମଡ଼ର୍ଣ ଆର୍ଟ ଗ୍ୟାଲେରୀ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ କହିଥିଲେ ଯେରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତାଙ୍କ ଦ୍ବାରା ନିର୍ମିତ ଓଡ଼ିଶାର ମୌଳିକ ସ୍ଥାପତ୍ୟ ଶୈଳୀକୁ ସଂରକ୍ଷିତ କରିବାର ସୁବନ୍ଦୋବସ୍ତ କରାଯିବା ଆବଶ୍ୟକ । ବରିଷ୍ଠ ସାମ୍ବାଦିକ ତଥା ରଘୁନାଥଙ୍କ ଘନିଷ୍ଠ ବନ୍ଧୁ ଅରୁଣ ପଣ୍ଡା କହିଲେ ସେ ଆଧ୍ୟାତ୍ମିକ ସାଧନା ବଳରେ ଅସମ୍ଭବ କୁ ସମ୍ଭବ କରି ଦେଶ ପାଇଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ପ୍ରାରମ୍ଭରେ ବଳଦେବ ମହାରଥାଙ୍କ ବାର୍ତ୍ତା ପାଠ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଲଳିତ କଳା ଏକାଡେମୀ ର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ପଂଚାନନ ସୁର, ଗୌରାଙ୍ଗ ବାରିକୀ,ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରଣବ ଅଖଣ୍ଡ, ରବିନାରାୟଣ ରଥ,ଶିଳ୍ପୀ କେଶୁ ଦାସ, ପଂଚାନନ ସାମଲ, ଧର୍ମପଦ ବିଶ୍ବାଳ, ଅସୀତ କୁମାର ପଟ୍ଟନାୟକ, ଧୀରେନ୍ଦ୍ର କର, ଦୁର୍ଗାମାଧବ କର, ଆଶୁତୋଷ ପାଣିଗ୍ରାହୀ, କୈଳାଶ ପୃଷ୍ଟି , ସୁନାରାମ୍ ସିଂ  ,ବିଜୟ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ର ରେବତୀକାନ୍ତ ମହାରଣା ପରିଚାଳନା କରିଥିଲେ ଓ କିଟ୍ ବିଶ୍ବବିଦ୍ୟାଳୟ ର ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version