ବାଙ୍କୀ ରେ ଟିଇଏମ ନାମକ କମ୍ପାନୀ ଠକେଇ ର ଶିକାର  କୋବି ଚାଷୀ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ବାଙ୍କୀ :- ଖରା ଦିନରେ ଭଲ ଫୁଲ କୋବି ଅମଳ ହେବା ପ୍ରଲୋଭନ ଦେଇ କୋବି ଚାଷୀ ଙ୍କୁ  ଠକିଲା  ଟି ଇ ଏ ମ ନାମକ କମ୍ପାନୀ ।  ଏଭଳି ଠକାମିର   ଶିକାର ହୋଇଛନ୍ତି ବାଙ୍କୀ ଓ  ଡମପଡା ବ୍ଲକର  କୋବି ଚାଷୀ । ଉକ୍ତ  କମ୍ପାନୀ ଠାରୁ ଚାଷୀ ଠକାମିର ଶିକାର  ଅଭିଯୋଗ ଆଣିଥିବା  ବେଳେ ନା କମ୍ପାନୀ ପକ୍ଷରୁ ଚାଷୀଙ୍କୁ  କିଛି ଉତର ମିଳୁନାହିଁ। ଚାଷୀ ଏବେ ମହାଜନ ଓ ଗ୍ରାମ ମହିଳା ସଂଘ ରୁ କରଜ  କରି ଫୁଲ କୋବି ଚାଷ କରିଥିବା ବେଳେ  କରକ ଅସୁଲ ପାଇଁ  ମହାଜନ ଓ ମହିଳା ଗୋଷ୍ଠି ବାରମ୍ବାର ଧାର ଅର୍ଥ ମାଗୁଛନ୍ତି  ।  ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଜମିରେ  କୋବି ଫସଲ ପାଇଁ ଡେରି ଥିବା ବେଳେ ଏବେ କୋବି ହେବା ନା ଧରୁନି ବୋଲି ଚାଷୀ ଅଭିଯୋଗ ଆଣୁଛନ୍ତି ।  ପରିବାର ଭରଣ ପୋଷଣ ସାଙ୍ଗକୁ ମହାଜନ କରଜ. ଏବେ ଚାଷୀଙ୍କ ଦାବି ଯଥା ଶୀଘ୍ର ଉକ୍ତ କମ୍ପାନୀ ବିରୁଦ୍ଧରେ ଦୃଢ଼ ଆଇନଗତ  କାର୍ଯ୍ୟାନୁଷ୍ଠାନ ସହ କୋବି ଚାଷୀ ଙ୍କ କ୍ଷତି ପୂରଣ ପାଇଁ ସରକାର ଙ୍କ ପାଖରେ ତଦନ୍ତ ଦାବି କଲେ  ।

ସୂଚନା ଯୋଗ୍ୟ ବାଙ୍କୀ ଓ ଡମପଡା ବ୍ଲକଉଦ୍ୟାନ ବିଭାଗ ର ସ୍ଥାଣୁତା ଡମପଡା ଓ ବାଙ୍କୀ ବ୍ଲକ ବିଭାଗିୟ ଅଧିକାରୀ କେବଳ ସରପଞ୍ଚ ମାନଙ୍କୁ ଧରି କିଛି ଜିଓଟ୍ୟାଗ ରେ ପ୍ରଭାବ ଶାଳୀ ବ୍ୟକ୍ତି ଓ ରାଜନୈତିକ ନେତା ଙ୍କ ଚାଷୀ ଙ୍କ କାର୍ଯ୍ୟ କରି ପ୍ରକୃତ ଚାଷୀ ଙ୍କ ପ୍ରତି ଦୃଷ୍ଟି ନଦେବା ଓ ଚାଷୀ କିପରି କେଉଁ ଫସଲ କଲେ ଲାଭବାନ ହେବ ସେଥିପ୍ରତି ଦୃଷ୍ଟି ନଦେବା ବସ୍ତବିକ ଚିନ୍ତା ର ବିଷୟ।ଡମପଡା ଅଧିକାରିଣୀ ମନଇଚ୍ଛା ଅଫିସ କୁ ଅଶାନ୍ତି ଉପରିସ୍ଥ ଅଫିସର ଙ୍କୁ ନିଜର ନାଟକୀୟ ଭଙ୍ଗି ରେ କଥା କହି କେବଳ ବାଙ୍କୀ ଅଫିସ ରେ ପେପର  କାର୍ଯ୍ୟ କରି ସବୁ ଠିକ ଅଛି ବୋଲି କହୁଥାନ୍ତି।

ଡମପଡା ବ୍ଲକ ର କୌଣସି ପ୍ରକୃତ ଚାଷୀ ଙ୍କୁ କେବେ ସେମାନେ ଲାଭ ଦାୟକ ଫସଲ କରି ଦୁଇ ପଇସା ପାଇପାରିବେ ସେ ସମ୍ପର୍କରେ କୌଣସି ସଚେତନତା କରେଇ ନାହାନ୍ତି ଯାହା ଫଳରେ ଚାଷୀ ମାନେ ଏପରି ଠକାମି ମଞ୍ଜି ଦ୍ୱାରା ଶିକାର ହେଉଛନ୍ତି।ଡମପଡା ଅଧିକାରଣୀ  ବ୍ଲକ ରେ କିଏ କଣ ଚାଷ କରୁଛି କିପରି ଲାଭବାନ ହେବ ସେ ସମ୍ପର୍କରେ  କେବେବି ଆଗ୍ରହ ପ୍ରକାଶ କରିନାହାନ୍ତି।ଉଦ୍ୟାନ ବିଭାଗ ଏହି ସବୁ ଘଟଣା କୁ ଗୁରୁତ୍ୱ ର ସହ ନେଇ ଚାଷୀ କିପରି ଠକାମି ର ଶିକାର ହେବେ ନାହିଁ ଓ କଣ ଚାଷ କଲେ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ବାଙ୍କୀ ଡମପଡା ର ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। 

Exit mobile version