ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ବାଙ୍କୀ :- ବାଙ୍କୀ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଆଜି ବାଙ୍କୀର ବିଭିନ୍ନ ଅଞ୍ଚଳ ଚଢ଼ାଉ କରାଯାଇଥିଲା । ପଶାଣିଆ ଜଙ୍ଗଲର ୩ଗୋଟି ସ୍ଥାନରେ ମଦତିଆରି ଭାଟି ନଷ୍ଟ କରାଯିବା ସହ ୪ହଜାର ୨ଶହ ଲିଟର ଗୁଡ଼ପୋଚ ନଷ୍ଟ କରାଯାଇଛି । ଏଥି ସହ ୩୬୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ।

