ମୋ ୱାର୍ଡ ଓ କରୋନା ସଚେତନତା

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ହିଞ୍ଜିଳିକାଟୁ :- ଅଧୁନା ରାଜ୍ୟରେ ଦେଖା ଦେଇଛି ମହାମାରୀ କରୋନାର ଦ୍ଵିତୀୟ ଲହର।ଚଳିତ ଥର ଦ୍ଵିତୀୟ ଲହରର ତୀବ୍ରତା ଅତି ଭୟଙ୍କର ରୁପ ଧାରଣ କରିଛି।କୋଣ ଅନୁକୋଣରେ ଲୋକଙ୍କ ମଧ୍ୟରେ ସୃଷ୍ଟି କରିଛି ଅଜଣା ଆତଙ୍କର ପରିବେଶ।ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ମୁକବିଲା କରିବାରେ ଲାଗିଛନ୍ତି।ରାଜ୍ୟବାସୀଙ୍କ ସୁରକ୍ଷା ଦିଗରେ ଅହରହ ଜାରୀ ରହିଛି ମହାମାରୀ ମୁକାବିଲା।ପ୍ରଶାସନିକ ସ୍ତର ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ପର୍ଯ୍ୟନ୍ତ ବହୁ ସମୟରେ ସଚେତନତା ଓ ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରୀ ରଖିଛନ୍ତି।ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ

କରୋନା ମୁକାବିଲା ଓ ମୋ ୱାର୍ଡ କାର୍ଯ୍ୟକ୍ରମ ଜାରୀ ରହିଛି।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ତ୍ୱାବଧାନରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସାହୁ ସହରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ୯ ନଂ ୱାର୍ଡ ବାସୀଙ୍କ ସହିତ ଆଲୋଚନା କରିଥିଲେ।ମୁଖ୍ୟତଃ ପରିମଳ, ଅନଧିକାର ପ୍ରବେଶ,ପାନୀୟ ଜଳ ବୃକ୍ଷ ରୋପଣ ଓ ଭିତ୍ତିଭୂମି ଉପରେ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ସଫଳ ରୂପାୟନ ସକାଶେ ୱାର୍ଡ ବାସୀଙ୍କ ସହଯୋଗ ଓ ସହଭାଗିତା ଅବଶ୍ୟମ୍ଭାବି ବୋଲି ଅବଗତ କରାଇଥିଲେ।ସଂପୃକ୍ତ ୱାର୍ଡ ବାସୀଙ୍କ ସୁବିଧା ଅସୁବିଧା ପ୍ରତି ପୌର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ

ବୋଲି ଡଃ ସାହୁ ସୂଚନା ଦେଇଥିଲେ।ସେହିପରି ଥାନା ଅଧିକାରୀ ଶ୍ରୀ ଦାସ କୋଭିଡ ନିୟମ ଅନୁପାଳନ କରି ମାସ୍କ,ସାମାଜିକ ଦୂରତା,ସାବୁନ କିମ୍ବା ସାନିଟାଇଜେର ବ୍ୟବହାର କରି ନିଜେ ଓ ନିଜ ପରିବାର ସଦସ୍ୟଙ୍କ ସମେତ ସାହି ପଡୋଶୀଙ୍କୁ କରୋନା ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ଏଣୁ ସମସ୍ତେ ପ୍ରଶାସନକୁ ସହଯୋଗ କରି ମୋ ୱାର୍ଡ କାର୍ଯ୍ୟକ୍ରମ ସହ କରୋନା ସଂକ୍ରମଣ ହ୍ରାସ ଉପରେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ୱାର୍ଡ ବାସୀ ଙ୍କ ସମେତ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ପୌର ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
( ରିପୋର୍ଟ ଶୁସାନ୍ତ ପ୍ରଧାନ )

 

Exit mobile version